ବାରମ୍ବାର ରୋଗରେ ପଡୁଛନ୍ତି କି ?

ବାରମ୍ବାର ରୋଗରେ ପଡିବ ଆଦୌ ଭଲ ସଂକେତ ନୁହେଁ । ଏହା ଆପଣଙ୍କ ଅର୍ଥ ହାନିର ମୁଖ୍ୟ କାରଣ ହେବାସହ ଶାରୀରିକ ପୀଡା ମଧ୍ୟ ଅନୁଭୂତ କରିଥାଏ । ଯାହାକୁ ଦେଖିଲେ ଆମେ ନିଜେ ମଧ୍ୟ ଅନୁମାନ କରି କହିଥାଉ ଏତେ ଦେହ ଖରାପ ହେବା ଆଦୌ ଭଲକଥା ନୁହେଁ । କିନ୍ତୁ କେହି କେହି ନିଜ ସ୍ୱାସ୍ଥ୍ୟ ବାରମ୍ବାର ଖରାପ ହେବା କାରଣରୁ ଠାକୁରଙ୍କର ନଚେତ ଗୁଣିଆଙ୍କର ଆଶ୍ରୟ ନେଇଥାନ୍ତି । ଏହାଦ୍ୱାରା ରୋଗ ଲୁଚିଯାଏ ମଣିଷ ମୃତ୍ୟୁ ମୁଖରେ ପଡ଼ିଥାଏ । ଯଦି ଆପଣଙ୍କର ମଧ୍ୟ ବାରମ୍ବାର ସ୍ୱାସ୍ଥ୍ୟ ଖରାପ ରହୁଛି ତେବେ ଆପଣ ଭଲ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ସଠିକ ସମୟରେ ଔଷଧ ଖାଆନ୍ତୁ ଆଉ ସବୁବେଳେ ସୁସ୍ଥ ରୁହନ୍ତୁ । ଯଦି ପାରିବେ ସଠିକ ସମୟରେ ଖାଦ୍ୟ ଖାଇବା ଏବଂ ବିଶ୍ରାମ ନେବା ଅଭ୍ୟାସ ରଖନ୍ତୁ । ଏହା ଆପଣଙ୍କୁ ସବୁବେଳେ ସୁସ୍ଥ ରଖିବାରେ ସହାୟକ ହେବ । ଆପଣଙ୍କ ଦେହ ଆଉ କେବେବି ବାରମ୍ବାର ଖରାପ ହେବନି ।

Leave a Reply

Your email address will not be published. Required fields are marked *