କୋରାପୁଟ: କେନାଲ ମରାମତି ନାମରେ ମହାଦୁର୍ନୀତିକୁ ନେଇ ତଦନ୍ତ ଦାବି କଲେ ଚାଷୀ। ଜରୁରୀ ମରାମତି ନାମରେ କେନାଲରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ ଅଧିକାରୀ ଚାଷୀଙ୍କୁ ଦେଖାଉଛନ୍ତି ନାଲି ଆଖି। ଚାଷୀଙ୍କ ଅଭିଯୋଗ ଅନୁସାରେ, କେନାଲ ମରାମତି ନାମରେ ବ୍ୟୟ ହେଉଛି ବହୁତ କିନ୍ତୁ ଭୂମିରେ ଦେଖାଯାଉନି କାମ। ସରକାରୀ ଟଙ୍କା ଆସୁଛି ଜରୁରୀ କାମ ପାଇଁ କିନ୍ତୁ ଏହି ଟଙ୍କାର ଅପବ୍ୟବହାର ହେଉଥିବାବେଳେ ଯନ୍ତ୍ରୀ ନିଜେ ଠିକା ନେଇ କରୁଛନ୍ତି । ପ୍ରକଳ୍ପ ନାମରେ କୋଟି କୋଟି ଟଙ୍କା ଆସୁଛି। କିନ୍ତୁ ଟେଣ୍ଡର୍ ନ କରି କୋଟି କୋଟି ଟଙ୍କା ଆତ୍ମସାତ କରୁଛନ୍ତି ଯନ୍ତ୍ରୀ। ଟେଣ୍ଡର କରିବା ବଦଳରେ ହାତଗଣିତ ବାହାର ଅଞ୍ଚଳର ଠିକାଦାରଙ୍କ ନାମରେ ବିନା ଟେଣ୍ଡରରେ କେନାଲ ସଫେଇ, ତେଲେଙ୍ଗିରି ବନ୍ଧ ରଙ୍ଗମରା, ଜରୁରୀ ମରାମତି, ଲାଇଟ ମରାମତି, କେନାଲ ମରାମତି, କେନାଲ ରାସ୍ତା ମରାମତି, ଜମିକୁ ଜଳ ଯୋଗାଇ ଦେବା ପାଇଁ କାମ କରି ମାଲେମାଲ ଯନ୍ତ୍ରୀ। ଦୀର୍ଘ ବର୍ଷ ହେବ ଗାଦି ମାଡ଼ି ବସିଛନ୍ତି ଯନ୍ତ୍ରୀ। କିନ୍ତୁ ସରକାରଙ୍କ ନିୟମକୁ ମାନୁନାହାନ୍ତି ଯନ୍ତ୍ରୀ। ଯନ୍ତ୍ରୀଙ୍କ ବିରୋଧରେ ତଦନ୍ତ କରି ଲୁଟିଥିବା ଟଙ୍କାକୁ ପର୍ଦାଫାଶ କରି ଯନ୍ତ୍ରୀଙ୍କୁ କୋରାପୁଟ ଜିଲ୍ଲାରୁ ଶୀଘ୍ର ସ୍ଥାନାନ୍ତର କରିବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ଚାଷୀ। ଯଦି ଜିଲ୍ଲାପାଳ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ତାହେଲେ ଆଗାମୀ ଦିନରେ ତେଲେଙ୍ଗିରି କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହିତ ଭିଜିଲାନ୍ସର ଦ୍ୱାରସ୍ତ ହେବୁ ବୋଲି କହିଛନ୍ତି ଚାଷୀ ।
