ଆମ ମଧ୍ୟରୁ ଅଧିକାଂଶ ଲୋକ ପ୍ରତିଦିନ ରୁଟି ଖାଆନ୍ତି । ସାଧାରଣତଃ ଗହମ ରୁଟି ସ୍ୱାସ୍ଥ୍ୟ ପାଇଁ ସର୍ବୋତ୍ତମ । କିନ୍ତୁ ଏଥିରେ ଅନେକ ସ୍ୱାସ୍ଥ୍ୟ ଲାଭ ମଧ୍ୟ ରହିଛି । ବେସନ ରୁଟି ପ୍ରୋଟିନ, ଫାଇବର ଏବଂ ଆବଶ୍ୟକୀୟ ପୋଷକ ତତ୍ତ୍ୱରେ ଭରପୁର । ବିଶେଷକରି ଡାଇବେଟିସ୍ ରୋଗୀ ଏବଂ ୱେଟ୍ ଲସ୍ କରୁଥିବା ଲୋକଙ୍କ ପାଇଁ ବେସନ ରୁଟି ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ସାହାର୍ଯ୍ୟ କରେ ।
ବେସନ ରୁଟିର ଲାଭ କ’ଣ?
୧. ଡାଇବେଟିସ୍ ନିୟନ୍ତ୍ରଣରେ ସାହାଯ୍ୟ କରେ- ବେସନ ରୁଟିର ସବୁଠାରୁ ବଡ଼ ଲାଭ ହେଉଛି ଏହା ବ୍ଲଡ୍ ସୁଗାର ହଠାତ୍ ବୃଦ୍ଧି ପାଇବାରୁ ରୋକିଥାଏ । ଏଥିରେ ଗ୍ଲାଇସେମିକ୍ ଇଣ୍ଡେକ୍ସ କମ୍ ଥାଏ, ଯାହା ଶରୀରରେ ସୁଗାରକୁ ଧୀରେ ଧୀରେ ଛାଡ଼ିଥାଏ । ଏହି କାରଣରୁ ଏହି ରୁଟି ଡାଇବେଟିସ୍ ରୋଗୀଙ୍କ ପାଇଁ ବହୁତ ଲାଭଦାୟକ ।
୨. ପାଚନ କ୍ରିୟାକୁ ଉନ୍ନତ କରେ- ବେସନ ରୁଟି ପେଟର ମଧ୍ୟ ବିଶେଷ ଯତ୍ନ ନିଏ । ଏଥିରେ ଥିବା ଫାଇବର ଅଂଶ କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମୁକ୍ତି ଦିଏ ଏବଂ ପାଚନ ଶକ୍ତିକୁ ଉନ୍ନତ କରେ । ଏହି ରୁଟି ଅନ୍ତନଳୀକୁ ସଫା ରଖିବାରେ ସାହାଯ୍ୟ କରେ ଏବଂ ଶରୀରରୁ କ୍ଷତିକାରକ ବିଷାକ୍ତ ପଦାର୍ଥକୁ ବାହାର କରେ ।
୩.ଆଇରନ ଏବଂ ଆବଶ୍ୟକୀୟ ପୋଷକ ତତ୍ତ୍ୱରେ ଭରପୂର- ବେସନ କେବଳ ପ୍ରୋଟିନ୍ ଏବଂ ଫାଇବରର ଏକ ଭଲ ଉତ୍ସ ନୁହେଁ ବରଂ ଏଥିରେ ଆଇରନ୍ ଭଳି ଅତ୍ୟାବଶ୍ୟକୀୟ ମିନେରାଲ୍ସ ମଧ୍ୟ ରହିଛି । ଏହା ରକ୍ତହୀନତାକୁ ରୋକେ ଏବଂ ହିମୋଗ୍ଲୋବିନ୍ ସ୍ତର ବଜାୟ ରଖିବାରେ ସାହାଯ୍ୟ କରେ । ଏହି ରୁଟି ବିଶେଷ କରି ମହିଳା ଏବଂ ପିଲାମାନଙ୍କ ପାଇଁ ଲାଭଦାୟକ ହୋଉଥାଏ ।
୪.କୋଲେଷ୍ଟ୍ରଲ ନିୟନ୍ତ୍ରଣ କରେ- ବେସନରେ ପ୍ରଚୁର ପରିମାଣରେ ଫାଇବର ଥାଏ । ଯାହା ଶରୀରରେ ଖରାପ କୋଲେଷ୍ଟ୍ରଲକୁ କମ କରିବାରେ ସାହାଯ୍ୟ କରେ । ଏହା ହୃଦରୋଗର ଆଶଙ୍କା ମଧ୍ୟ କମାଇଥାଏ । ଯଦି ଆପଣ ନିଜ ହୃଦୟ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ଚାହାଁନ୍ତି, ତେବେ ବେସନ ରୁଟି ଆପଣଙ୍କ ପାଇଁ ଏକ ସଠିକ୍ ଚଏସ୍ ।
୫. ୱେଟ୍ ଲସ୍ ପାଇଁ ପ୍ରଭାବଶାଳୀ- ଯେଉଁମାନେ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ବେସନ ରୁଟି ବହୁତ ସହାୟକ ହୋଇପାରେ। ଏଥିରେ ଥିବା ପ୍ରୋଟିନ୍ ଏବଂ ଫାଇବରର ପରିମାଣ ଅଧିକ ସମୟ ପର୍ଯ୍ୟନ୍ତ ପେଟ ଫୁଲ୍ ରଖିଥାଏ । ଯାହା ଆପଣଙ୍କୁ ବାରମ୍ବାର ଭୋକ ଲାଗିବା ଏବଂ ଅତ୍ୟଧିକ ଖାଇବାକୁ ରୋକିବାରେ ସାହାଯ୍ୟ କରେ । ଏହି ରୁଟି ଡାଏଟିଂ କରୁଥିବା ଲୋକଙ୍କ ପାଇଁ ଏକ ବଢ଼ିଆ ଅପ୍ସନ୍ ।
