ବିଦ୍ୟାଳୟ ବଦଳରେ ମେଡିକାଲ ଗଲେ ଛାତ୍ରଛାତ୍ରୀ

ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ କୁନିନ୍ଦା ଗ୍ରାମ ପଞ୍ଚାୟତରେ ଥିବା ରେଣନ୍ଦାପାଟଣା ପ୍ରାଥମିକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଦ୍ଵିତୀୟ ଶ୍ରେଣୀ ଛାତ୍ରୀ ବର୍ଷାରାଣୀ ଦେହୁରୀ ଏବଂ ବାଲ ବାଟିକାରେ ପଢୁଥିବା ଶୁଭମ୍ ଦେହୁରୀ ବିଦ୍ୟାଳୟକୁ ଯିବା ସମୟରେ ୧୧କିଲୋ ବୋଲ୍ଟ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗଭୀର ଆଘାତ ପାଇଛନ୍ତି । ଏହି ଆଘାତରେ ଦୁହିଁଙ୍କର ସ୍କୁଲ ଡ୍ରେସର କିଛି ଅଂଶ ଜଳିଯାଇଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷେ ରେଣନ୍ଦାପାଟଣା ଗ୍ରାମ ନୂଆସାହିରୁ ବିଦ୍ୟାଳୟକୁ ଯିବା ସମୟରେ ବିଦ୍ୟାଳୟ ପଛପଟେ ଥିବା କାଜୁ ବଗିଚା ଦେଇ ଯାଇଥିବା ବିଦ୍ୟୁତ୍ ତାର ହଠାତ୍ ଛିଣ୍ଡି ପଡ଼ିବାରୁ ଏଭଳି ଅଘଟଣ ଘଟିଛି । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ଦେଇଛି। ତେବେ ରାଜ୍ୟ ସରକାରଙ୍କ ତରଫରୁ ମରାମତି ତଥା ନୂତନ ତାର ଲଗାଯିବା ପାଇଁ ଚାରି ହଜାର ଶହ କୋଟି ଟଙ୍କା ଟାଟା ପାୱାରକୁ ଦିଆ ଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଅସୁରକ୍ଷିତ ଅବସ୍ଥାରେ ଥିବା ତାରକୁ କଣ ପାଇଁ ଟାଟା ପାୱାର ବଦଳାଉ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ । ଏଭଳି କି ବିଦ୍ୟାଳୟ ପରିସର ମଧ୍ୟରେ ଥିବା ବିଦ୍ୟୁତ୍ ଖୁଣ୍ଟକୁ ଯଥାଶୀଘ୍ର ସ୍ଥାନାନ୍ତର କରିବାକୁ ତାଗିଦ୍ କରିଛନ୍ତି ପ୍ରଧାନ ଶିକ୍ଷକ ।ତେବେ ଶେଷ ଖବର ସୁଦ୍ଧା ଦୁଇ ଶିଶୁଙ୍କୁ ଚେତା ସୁନ୍ୟ ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *