ଆସିଲା ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ବଡ଼ ଖବର । ହ୍ୟୁମାନଙ୍କ ମାଆଙ୍କ ଉପରେ ବର୍ଷିଲେ ମ୍ୟାନେଜର ପପୁ । ହ୍ୟୁମାନଙ୍କ ମୃତ୍ୟୁକୁ ଦୁଇଦିନ ହୋଇନି ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ଚାଲିଛି ଟଣାଓଟରା । ଆଉ ଏହାରି ଭିତରେ ପପୁ ଓରଫ ଦିନେଶ ଆସି ବିିଚ୍ ରାସ୍ତାରେ ମାଆ ସେଫାଳିଙ୍କୁ ହଟହଟା କରିଛନ୍ତି । ରାସ୍ତା ମଝିରେ ଦୁହିଁଙ୍କ ଭିତରେ କଥା କଟାକଟି ନେଇଥିଲା ଉଗ୍ର ରୂପ । ହ୍ୟୁମାନଙ୍କ ମୃତ୍ୟୁ ପରେ ତାଙ୍କ ମାଆଙ୍କ ବିବାଦୀୟ ବୟାନ ପରେ ପ୍ରଥମ ଥର ମ୍ୟାନେଜର ଆସିଛନ୍ତି ସାମ୍ନାକୁ । ସିଧା କାର ଡୋର ଖୋଲି ମାଆଙ୍କୁ କରିଛନ୍ତି କାଉଣ୍ଟର ଟାର୍ଗେଟ । ମ୍ୟାନେଜର କହିଛନ୍ତି ପୁଅ ମରିଛି ..ଯାହା କରୁଛ ଭଲ କରୁନ.. । ଏ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କେମିତି ଦୁହିଁଙ୍କ ଭିତରେ କଥାକଟା କଟି ଚାଲିଛି ତାହା ହେଉଛି ଭାଇରାଲ । ଏହି କଥା କଟାକଟି ଉଠାଉଛି ଅନେକ ପ୍ରଶ୍ନ । ଖୋଲୁଛି କେତେ ପ୍ରଶ୍ନର ଗୁମର । ବିଚ୍ ରାସ୍ତାରେ କାର ଡୋର ଖୋଲି ମ୍ୟାନେଜର ଓ ମାଆ ଭିତରେ ଚାଲିଲା ଝଗଡା ।
ଦୁହିଁଙ୍କର ଏହି କଥାରେ ଉଠିଛି ହ୍ୟୁମାନଙ୍କ ଫୋନର ରହସ୍ୟ । କୁଆଡେ ହ୍ୟୁମାନଙ୍କ ଫୋନରେ ଅଛି ସବୁ ସତ । ଫୋନ କହିବ ହ୍ୟୁମାନଙ୍କ ଏ ଅବସ୍ଥା ପଛରେ ଦାୟୀ କିଏ? ଜବାବ ଭିତରେ ଉଠିଛି ଏହି କଥା । ପ୍ରଥମେ ମ୍ୟାନେଜର କହୁଛନ୍ତି..ପୁଅ ମରିଚି ହେଲେ ମିଡିଆ ସାମ୍ନାରେ ଭଲ ଡ୍ରାମା କଲ । ତମେ ଜାଣିନ ଭାଇ କଣ ପାଇଁ ଡିପ୍ରେସନରେ ଥିଲେ? ଜବାବରେ ସେଫାଳି ସୁନା କହୁଛନ୍ତି ..ତୋ ମାଆ ଆଉ ଭଉଣୀ ଯାହା କହିଲେ କଣ ଠିକ୍ ନନସେନ୍ସ । ଏହାର ଉତ୍ତରରେ ପପୁ କହିଲେ ଭାଇଙ୍କ ଫୋନରୁ କିଛି ଡିଲିଟ କରିବନି ସତ ଆପେ ଆପେ ଜଣା ପଡିଯିବ । ପରେ ମିଡିଆର ଧମକ ଦେଉଛନ୍ତି ହ୍ୟୁମାନଙ୍କ ମାଆ ସେଫାଳି । ଏହି ଟଣାଓଟରା ଭିତରେ ଏବେ ପ୍ରଶ୍ନ ସମ୍ପୂର୍ଣ୍ଣ ବଦଳି ଯାଉଛି । ହ୍ୟୁମାନଙ୍କ ଫୋନରେ ଏମିତି କଣ ସତ ରହିଛି ଯାହା ସବୁ ପ୍ରଶ୍ନର ଉତ୍ତର ଦେବ? କିଏ ଭୁଲ, କଣ ପାଇଁ ହ୍ୟୁମାନଙ୍କ ଏ ଅବସ୍ଥା ସବୁ ବାହାରକୁ ଆସିଯିବ । ତେବେ ଏହି ଭିଡିଓ ଭାଇରାଲ ହେବା ପରେ କଣ ମ୍ୟାନେଜର ପପୁ ନିଜ ପୁଅକୁ ଏବେ ହରାଇଥିବା ମାଆଙ୍କୁ ଏପରି କହିବା ଠିକ୍ ଥିଲା ତାହା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ତା ସହ ହ୍ୟୁମାନଙ୍କ ଫୋନରେ ଏମିତି କଣ ଅଛି ଯାହା ତାଙ୍କ ଏପରି ଅବସ୍ଥା ସହ ଜୀବନ ନେଇଗଲା ଏହା ବଡ଼ ପ୍ରଶ୍ନବାଚୀ ।
ହ୍ୟୁମାନଙ୍କ ଫୋନ କହିବ ମୃତ୍ୟୁର ରହସ୍ୟ
