ବିହାରରେ ନୁଆଁ ସରକାରଙ୍କ ଶପଥ ଗ୍ରହଣ ଆଗରୁ ବିହାର ନିର୍ବାଚନ ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସହ-ପ୍ରଭାରୀ ବିନୋଦ ତାଓ୍ବଡ଼େ ଶାହଙ୍କୁ ଭେଟିଛନ୍ତି।

ବିହାରରେ ବିପୁଳ ବିଜୟ ପରେ ଏନଡିଏ ପକ୍ଷରୁ ନୂତନ ସରକାର ଗଠନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ସୂତ୍ର ଅନୁଯାୟୀ, ବିହାର ନିର୍ବାଚନ ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସହ-ପ୍ରଭାରୀ ବିନୋଦ ତାଓ୍ବଡ଼େ ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ, ଯେଉଁଠାରେ ନିର୍ବାଚନ ଫଳାଫଳ ସମୀକ୍ଷା ଏବଂ ସରକାର ଗଠନ ପାଇଁ ରୋଡମ୍ୟାପ୍ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ବିଜେପି ଏବଂ ଏନଡିଏ ମେଣ୍ଟ ସେମାନଙ୍କର ବିପୁଳ ବିଜୟ ପରେ ସରକାର ଗଠନ ପାଇଁ ପ୍ରସ୍ତୁତି ତ୍ୱରାନ୍ୱିତ କରିଛନ୍ତି। ନଭେମ୍ବର ୨୨ ପୂର୍ବରୁ ଶପଥ ଗ୍ରହଣ ଉତ୍ସବ ପାଇଁ ଯୋଜନା କରାଯାଉଛି । 

Leave a Reply

Your email address will not be published. Required fields are marked *