ଭାରତୀୟ ଖାଦ୍ୟରେ ଅନେକ ପ୍ରକାର ମସଲା ବ୍ୟବହାର କରାଯାଇଥାଏ। ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ଗୋଲମରିଚ ବହୁଳ ବ୍ୟବହୃତ ହୋଇଥାଏ । ଗୋଲମରିଚରେ ଭିଟାମିନ ଏବଂ କ୍ୟାଲ୍ସିୟମ ରହିଛି । ଗୋଲମରିଚ ଗରମ ହୋଇଥାଏ ସେଥିପାଇଁ ଶୀତଦିନେ ଏହାକୁ ବ୍ୟବହାର କରିପାରିବେ । ଯାହା ବେଲି ଫ୍ୟାଟ୍ କମ କରିବାରେ ସହାୟକ କରିଥାଏ । ଯଦି ଓଜନ ହ୍ରାସ କରିବାର ଯାତ୍ରାକୁ ସହଜ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ଡାଏଟ୍ ଲିଷ୍ଟରେ ଏହାକୁ ଆଡ୍ କରିବା ଉଚିତ । ଏଥିରେ ଥିବା ଏହାର ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇମ୍ଫ୍ଲେମାଟୋରୀ ଗୁଣ ମୁହଁରେ ଦେଖାଦେଉଥିବା ସମସ୍ୟାକୁ ଦୂର କରିଥାଏ । ବର୍ତ୍ତମାନ ସମୟରେ ଗ୍ୟାସ ଏବଂ ଏସିଡିଟି ଖୁବ୍ ସାଧାରଣ କଥା ପାଲଟିଗଲାଣି । ଏହି ସବୁ ସମସ୍ୟା ପାଇଁ ଗୋଲମରିଚ ବେଷ୍ଟ ହୋଇଥାଏ । ଯାହା ଖାଦ୍ୟ ହଜମ କରିବାକୁ ସହଜ କରି ଦେଇଥାଏ । ଗୋଲମରିଚକୁ ମସ୍ତିଷ୍କ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ । ଯାହା ମାନସିକ ସ୍ୱାସ୍ଥ୍ୟକୁ ଉନ୍ନତ କରିଥାଏ । ଏଥିସହ ଗୋଲମରିଚ ଥଣ୍ଡା ଏବଂ କଫ ଜନିତ ସମସ୍ୟାରୁ ରକ୍ଷା କରିଥାଏ । ଗୋଲମରିଚ ଲିଭର ଜନିତ ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଏତିକି ନୁହେଁ ଏଥିରେ ଥିବା ଭିଟାମିନ୍ ସି ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ । ତେଣୁ ସକାଳୁ ଗୋଲମରିଚ ଖାଇବା ଅତ୍ୟନ୍ତ ଲାଭଦାୟକ । ଯାହା ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ ।
ଗୋଲମରିଚ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ
