କେନ୍ଦୁଝର: ଶିକ୍ଷକ ମାଲେ ମାଲ୍ ଛାତ୍ରଛାତ୍ରୀ ବେହାଲ। ସରକାରୀ ବିଦ୍ୟାଳୟରେ କୋଚିଙ୍ଗ ବେପାର କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ସରକାରୀ ଶିକ୍ଷକ। ସରକାରୀ ନିୟମର ଧଜିଆ ଉଡ଼ାଉଛନ୍ତି ଖୋଦ୍ ସରକାରୀ ଶିକ୍ଷକ। ବିଦ୍ୟାଳୟରେରେ ଶିକ୍ଷାଦାନ ନ କରି କୋଚିଙ୍ଗ ସେଣ୍ଟର କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଶିକ୍ଷକ। କାହା ଛତ୍ର ଛାୟା ତଳେ ରହି ଶିକ୍ଷକ ସରକାରଙ୍କ ନିୟମର ଉଡାଉଛନ୍ତି ଧଜିଆ ତାହା ଅସ୍ପଷ୍ଟ। ଏହିଭଳି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅନ୍ତର୍ଗତ ମୁଗୁପୁରୁ ସରକାରୀ ଉଚ୍ଚ ବିଦ୍ୟାଳୟରୁ। ସେହିପରି ମୁଗୁପୁରୁ ବ୍ୟତୀତ ଆଖପାଖ ଅଞ୍ଚଳରୁ ପ୍ରାୟ ୨୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ନେଉଛନ୍ତି କୋଚିଙ୍ଗ। ଯେଉଁ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ କୋଚିଙ୍ଗରେ ଯୋଗ ଦେଇନାହାନ୍ତି ସେମାନଙ୍କୁ କରାଯାଉଛି ଅଣଦେଖା। ତେବେ ଜିଲ୍ଲା ଶିକ୍ଷା ବିଭାଗ ଏହାର ତଦନ୍ତ କରି ସରକାରୀ ବିଦ୍ୟାଳୟରେ କୋଚିଙ୍ଗ ବନ୍ଦ କରିବା ସହ ଶିକ୍ଷକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବି ହେଉଛି।
ଶିକ୍ଷାର ମନ୍ଦିର ପାଲଟିଛି କୋଚିଙ୍ଗ ସେଣ୍ଟର ପେଣ୍ଠସ୍ଥଳୀ
