ବାରବାଟୀ ବ୍ୟାଟେଲର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଡିସେମ୍ବରରେ ହେବ ବାରବାଟୀ ଲଢେଇ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଗାମୀ ଅନ୍ତର୍ଜାତୀୟ T-20 ମ୍ୟାଚ୍ ଆୟୋଜନ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଛନ୍ତି । ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଅନ୍ତର୍ଜାତୀୟ T-20 ମ୍ୟାଚ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବୈଠକରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟସଚିବ, ପୋଲିସ ଡିଜିଙ୍କ ସମେତ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ । ଡିସେମ୍ବର ୯ରେ ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜର ପ୍ରଥମ T20 ମ୍ୟାଚ ଖେଳାଯିବ । ବାରବାଟୀରେ ଏହା ହେବ ଚତୁର୍ଥ ଟି-ଟ୍ୱେଣ୍ଟି ମ୍ୟାଚ। ପୂର୍ବରୁ ୨୦୧୫, ୨୦୧୭ ଓ ୨୦୨୨ରେ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳାଯାଇଥିଲା । ଶେଷ ଟି-ଟ୍ୱେଣ୍ଟି ମ୍ୟାଚ୍ ୨୦୨୨ ଜୁନ ୧୨ ତାରିଖରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିଲା । ୩ ବର୍ଷ ପରେ ପୁଣି ବାରବାଟୀରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା। ସମାନ ଭାବରେ T-20 ମ୍ୟାଚ୍ରେ ପ୍ରତିଯୋଗିତା ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ, T-20 ମ୍ୟାଚ୍ ପୁନଃ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି।
ବାରବାଟୀ ବ୍ୟାଟେଲର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
