ଜଗତସିଂହପୁର: ଆତଙ୍କୀ କବଳରେ ଓଡ଼ିଆ ପୁଅ। ପୁଅକୁ ଫେରାଇ ଆଣିବା ପାଇଁ ସରକାରଙ୍କୁ ଗୁହାରି କଲେ ଅସହାୟ ବାପା ମା। ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜ଼ିଲ୍ଲା ତିର୍ତ୍ତୋଲ ଅଞ୍ଚଳରେ। ସୂଚନା ଅନୁଯାୟୀ ତିର୍ତ୍ତୋଲ ଥାନା କୋଟକଣା ଗ୍ରାମର ଆଦର୍ଶ ବେହେରା 2022 ମସିହାରେ ପରିବାର ପ୍ରତିପୋଷଣ କରିବାପାଇଁ ସୁଦୂର ଆଫ୍ରିକାର ସୁଦାନକୁ ଯାଇଥିଲେ। ସେଠି 7-8 ମାସ ଭଲରେ ରହିବା ପରେ ସେଠାରେ ଆରମ୍ଭ ହୋଇଥିଲା ଗୃହ ଯୁଧ୍ୟ। ସେଠାକାର ସରକାରଙ୍କ ସହ ସରକାର ବିରୋଧୀ RSF ଆତଙ୍କୀ ସଂଗଠନ ମଧ୍ୟରେ ଆରମ୍ଭ ହୋଇଥିଲା ଘମାଘୋଟ ଯୁଧ୍ୟ। ଦିନେ କି 2 ଦିନ ନୁହେଁ ଦୀର୍ଘ 2 ବର୍ଷ ଧରି ଯୁଧ୍ୟ ଲାଗିରହିଥିଲା। ତେବେ ସେ ସମୟରେ ସେଠାରୁ ତାଙ୍କୁ ଉଦ୍ଧାର କରିବା ପାଇଁ ଏକ ଭିଡିଓ ମାଧ୍ୟମରେ ଭାରତ ସରକାରଙ୍କୁ ଅନୁରୋଧ କରିଥିଲେ ସୁଦ୍ଧା କିଛି ସୁଫଳ ମିଳିନଥିଲା। ଏହି କିଛିଦିନ ହେବ ଯୁଧ୍ୟ କରି ସୁଦାନକୁ ନିଜ କବଜାରେ ନେଇଛି RSF। ଆଉ ତାରି ଭିତରେ ସେଠାରେ ଜଣେ ମାତ୍ର ଭାରତୀୟ ଭାବେ କାର୍ଯ୍ୟକରୁଥିବା ଆଦର୍ଶ ବେହେରାକୁ ଅପହରଣ କରାଯାଇ ଏକ ଜଙ୍ଗଲରେ ରଖାଯାଇଛି। ଯାହାର ଏକ ଭିଡ଼ିଓ ପରିବାର ଲୋକଙ୍କ ପାଖରେ ପହଞ୍ଚିବା ପରେ ଭୟଭୀତ ଅବସ୍ଥାରେ ପରିବାର ଲୋକେ ଭାରତ ସରକାରଙ୍କୁ ପୁଅକୁ ଫେରାଇ ଆଣିବାକୁ ଗୁହାରି କରିଛନ୍ତି ।
ଆତଙ୍କୀ କବଳରେ ଓଡ଼ିଆ ପୁଅ
