ଆଜି ବିଜେପିରେ ମିସିପାରନ୍ତି ବିଜେଡିର ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ। ଅମର ଆଜି ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା। ଆଜି ବିଜୁ ଜନତା ଦଳ ଛାଡ଼ି ସେ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଅନେକ କଳ୍ପନା ଜଳ୍ପନା ଚାଲିଛି । ଶଙ୍ଖ ଭବନ ଛାଡି ପଦ୍ମ ପୋଖରୀକୁ ଡ଼େଇଁବେ ଅମର। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ସେ ପଦ୍ମ ଧରିପାରନ୍ତି। ରାଜ୍ୟ ସଭାପତି ଏବଂ ପ୍ରଭାରୀଙ୍କ ଉପସ୍ଥିତିରେ ଅମର ପଦ୍ମ ଧରିବେ ବୋଲି ଚର୍ଚ୍ଚା ହେଉଛି। ତାଙ୍କ ସହ ନୂଆପଡାର କିଛି ବିଜେଡି ନେତା ବି ବିଜେପିରେ ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି ।
