E-KYC ଅବଦ୍ଧିରେ ବୃଦ୍ଧି

PDS ହିତାଧିକାରୀଙ୍କ ପାଇଁ E-KYC ଅବଦ୍ଧିରେ ବୃଦ୍ଧି । E-KYC ନଥିଲେ ମିଳିବନି ରାସନ ଚାଉଳ । ଚଳିତ ବର୍ଷ ଡିସେମ୍ବର ମାସ ୩୧ ତାରିଖ ପର୍ଯ୍ୟନ୍ତ ଅବଦ୍ଧି ବୃଦ୍ଧି କଲେ ସରକାର । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ପିଡିଏ ହିତାଧିକାରୀଙ୍କୁ ଚାଉଳ ମିଳିବା ନେଇ ଘୋଷଣା । ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା E-KYC କରିନଥିବା ହିତାଧିକାରୀ ମାନେ ନିଜ ରାସନ କାର୍ଡ଼ ପରିଚାଳନା କେନ୍ଦ୍ରରେ ଯାଇ ନିଜ ଆଧାର କାର୍ଡ ଦ୍ୱାରା ଇ-କେଫ୍ୱାସି କରିପାରିବେ । ଯେଉଁ ହିତାଧିକାରୀ ମାନେ ପୂର୍ବରୁ E-KYC କରିଛନ୍ତି ତାଙ୍କୁ ପୂର୍ବପରି ରାସନ ସାମଗ୍ରୀ ପ୍ରଦାନ କାରାଯିବ ।

Leave a Reply

Your email address will not be published. Required fields are marked *