ମହିଳା ବିଶ୍ୱକପ୍ ୨୦୨୫ର ଆଜି ଫାଇନାଲ ମ୍ୟାଚ୍

ଚାଲିଛି ମହା ସଣ୍ଡେର ମହାମୁକାବିଲା । ମହିଳା ବିଶ୍ୱକପ୍ ୨୦୨୫ର ଆଜି ହେଉଛି ଫାଇନାଲ ମ୍ୟାଚ୍। ସୁପରସଣ୍ଡେରେ ଚାଲିଛି ଭାରତ-ଦକ୍ଷିଣଆଫ୍ରିକା ହାଇଭୋଲଟେଜ ମ୍ୟାଚ । ପ୍ରଥମ ଥର ପାଇଁ ଉଭୟ ଦଳ ଟ୍ରଫି ହାତେଇବାର ପ୍ରୟାସ କରୁଛନ୍ତି । ମୁମ୍ୱାଇର ଊଣ-ପାଟିଲ ଷ୍ଟାଡିୟମରେ ଚାଲିଛି ମ୍ୟାଚ୍ । ସେମିଫାଇନାଲ ମ୍ୟାଚରେ ଦମଦାର ପ୍ରଦର୍ଶନ କରି କି୍ରକେଟ ଫ୍ୟାନ୍ସଙ୍କ ମଧ୍ୟରେ ନୂଆ ଉତ୍ସାହ ଭରିଥିଲେ ଷ୍ଟାର ଖେଳାଳି ଜେମିମା ରୋଡ୍ରିଗେଜ୍ । ତେବେ ୫୨ ବର୍ଷ ହେଲା ଉଭୟ ଦଳ ବିଶ୍ୱ ଚାମ୍ପିଅନ୍ ହେବାକୁ ଚେଷ୍ଟା କରୁଛନ୍ତି। ପୂର୍ବରୁ ଭାରତୀୟ ଦଳ ଦୁଇଥର ଫାଇନାଲରେ ପହଞ୍ଚିଥିବାବେଳେ, ଏହା ପ୍ରଥମ ଥର ପାଇଁ ଫାଇନାଲରେ ସ୍ଥାନ ସୁରକ୍ଷିତ କରିବା ପାଇଁ ଆଫ୍ରିକୀୟ ଦଳ। ହରମନପ୍ରୀତ କୌର ଭାରତୀୟ ଦଳର ନେତୃତ୍ୱ ନେଉଛନ୍ତି, ଯେତେବେଳେ ଲୌରା ୱୋଲଭାର୍ଡ ଦକ୍ଷିଣ ଆଫ୍ରିକା ଦଳର ନେତୃତ୍ୱ ନେଉଛନ୍ତି।

Leave a Reply

Your email address will not be published. Required fields are marked *