ଅଧରାତିରେ ପ୍ରେମିକାକୁ ଉଠାଇ ଫେରାର ମାରିଲା ବେଳେ, ବାଇକ ଦୁର୍ଘଟଣା, ପ୍ରେମିକ ମୃତ

ଘରୁ ମଧ୍ୟ ରାତ୍ରିରେ ଦୁଇ ପ୍ରେମୀ ଯୁଗଳ ବାଇକ ଯୋଗେ ଫେରାର ମାରୁଥିବା ବେଳେ ଭାରସାମ୍ୟ ହରାଇ ଘଟିଥିଲା ଦୁର୍ଘଟଣା l ଦୁଇ ପ୍ରେମୀ ଯୁଗଳ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅଞ୍ଚଳର ହୋଇଥିବା ବେଳେ ମୃତକ ଜଣକ ଛତ୍ରଙ୍ଗ ଗ୍ରାମର ଅମୁଲ୍ୟ ବେହେରା l ଗୁରୁତର ଭାବପୁର ଗ୍ରାମର ଅଙ୍କିତା ବେହେରା l ଫୁଲବାଣୀ-ଶୀତଲ ପାଣି ପୂର୍ତ୍ତି ରାସ୍ତା ବଡ଼ଜୋର ନାଳ ବୁଲାଣିରେ ଘଟିଥିଲା ଦୁର୍ଘଟଣା l ଖବର ପାଇ ହରଭଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବାଇକ ଓ ମୃତ ଶରୀର ଜବତ ସହିତ ଗୁରୁତରଙ୍କୁ ହରଭଙ୍ଗା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି l ସେପଟେ ଉଭୟ ପରିବାର ପହଞ୍ଚି ଥିବାବେଳେ ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଥିବା ଥାନା ଅଧିକାରୀ ବାଲ୍ମୀକି ପ୍ରଧାନ ସୂଚନା ଦେଇଛନ୍ତି l

Leave a Reply

Your email address will not be published. Required fields are marked *