ରାଜ୍ୟର ଆଉ ୪୪ଟି ତହସିଲରେ ଆରମ୍ଭ ହେଲା ଉପନିବନ୍ଧନ କାର୍ଯ୍ୟାଳୟ । ଅନଲାଇନରେ ସ୍ଲଟ ବୁକ କଲେ ହୋଇପାରିବ ଜମି କିଣାବିକା । ପୂର୍ବରୁ ୨୧୭ଟି ତହସିଲରେ ଉପନିବନ୍ଧନ କାର୍ଯ୍ୟାଳୟ ଭାବେ କାର୍ଯ୍ୟ କରି ଆସୁଥିଲେ । ଆଜି ୧୩ ଜିଲ୍ଲାର ୪୪ଟି ତହସିଲରେ ଆରମ୍ଭ ହୋଇଛି । ଆଉ ବାକି ୫୬ଟି ତହସିଲରେ ଡିସେମ୍ବରରେ ଶୁଭାରମ୍ଭ କରିବାକୁ ସରକାର ଯୋଜନା କରିଛନ୍ତି । ଆଜି ପ୍ରଥମ ପର୍ଯ୍ୟାୟରେ ୪୪ଟି ତହସିଲରେ ସବ୍-ରେଜିଷ୍ଟ୍ରେସନ୍ କାର୍ଯ୍ୟାଳୟ ଆରମ୍ଭ ହୋଇଛି । ବାକି ଥିବା ଅନ୍ୟ ତହସିଲଗୁଡ଼ିକରେ ମଧ୍ୟ ଆସନ୍ତା ଡିସେମ୍ବର ସୁଦ୍ଧା ଏହି ସେବା ଉପଲବ୍ଧ ହେବ। ଏହା ପୂର୍ବରୁ ଇ-ରେଜିଷ୍ଟ୍ରେସନ୍ ମୋବାଇଲ୍ ଆପ୍ ମଧ୍ୟ ଆରମ୍ଭ କରାଯାଇଛି।
