ଦିଲ୍ଲୀରେ ଲାଗୁହେଲା ଗାଡ଼ି କଟକଣା

ଗାଡ଼ିକୁ ନେଇ ଲାଗିଲା କଟକଣା। ଏଣିକି ରାଜଧାନୀରେ ଗଡିବନି ଏହିସବୁ ଗାଡ଼ି। ସରକାରଙ୍କ ବଡ଼ ନିଷ୍ପତି। ସାମ୍ନାକୁ ଆସିଲା ନୂଆ କଟକଣା। ଏହି ନୂଆ ନିୟମ ପଛର କାରଣ ରହିଛି ଭୟଙ୍କର। ଦିନକୁ ଦିନ ଦୂଷିତ ହେବାରେ ଲାଗିଛିି ବାୟୁମଣ୍ଡଳ। କମିବାରେ ଲାଗିଛି ବାୟୁର ଶୁଦ୍ଧତା। ବିଭିନ୍ନ ପ୍ରକାରର ପ୍ରଦୂଷଣ କାରଣରୁ ବିଷ ପାଲଟିଛି ବାୟୂମଣ୍ଡଳ । ଆଉ ଏହି ବିଷ ଦିନକୁ ଦିନ ବଢିବାରେ ଲାଗିଛି। ସରକାରଙ୍କ ଅନେକ ପ୍ରୟାସ ପରେ ବି ନିୟନ୍ତ୍ରଣରେ ଆସୁନି ଏହି ସମସ୍ୟା। ସବୁ ରାଜ୍ୟରେ ଏହାର ପ୍ରଭାବ ଦିନକୁ ଦିନ ବଢିବାରେ ଲାଗିଛି। ମାତ୍ର ସବୁଠାରୁ ଅଧିକ ପ୍ରଭାବିତ ହେଉଛି ରାଜଧାନୀ । ଦେଶର ରାଜଧାନୀ ଦିଲ୍ଲୀ ପ୍ରତିବର୍ଷ ଦିନକୁ ଦିନ ରାଜଧାନୀର ବାୟୁର ସ୍ତର ହ୍ରାସ ପାଇବାରେ ଲାଗିଛି । ବଢିବାରେ ଲାଗିଛି ପ୍ରଦୂଷଣ। କେବେ ଚାରିଆଡ଼ ହୋଇଯାଉଛି ଧୂଆଁମୟ, ତ କେବେ ଯମୁନା ନଦୀ ଉପରେ ଦେଖିବାକୁ ମିଳୁଛି ଏହାର ପ୍ରଭାବ। ପ୍ରଦୂଷଣକୁ ନିୟନ୍ତ୍ରଣରେ ଆଣିବାର ସବୁ ପ୍ରୟାସ ମାରୁଛି ଫେଲ୍। ଏହାକୁ ନଜରରେ ରଖି ସରକାର କିଛି ପଦକ୍ଷପ ଗ୍ରହଣ କରିଛନ୍ତି। ଯାହା ଏହି ନଭେମ୍ବର ମାସରୁ ଲାଗୁ ହେବ। ଆଜିଠାରୁ କେବଳ ବାଣିଜ୍ୟ ସାମଗ୍ରୀ ଗାଡ଼ି ଯାହା ବିଏସ୍-ଭିଆଇ ଅନୁପାଳନ କରୁଥିବ ତାହା ହିଁ ଦିଲ୍ଲୀରେ ପ୍ରବେଶ କରିବାର ଅନୁମତି ପାଇ ପାରିବ। ଏହା ବାୟୁ ଗୁୁଣବତ୍ତା ପରିଚାଳନା ଆୟୋଗ ଏବଂ ଦିଲ୍ଲୀ ପରିବହନ ବିଭାଗର ମିଳିତ ନିର୍ଦ୍ଦେଶ ଅନୁଯାଇ ଜାରି କରାଯାଛି। ଅକ୍ଟୋବର ୧୭ ତାରିଖରେ ବାୟୁମଣ୍ଡଳରେ ବୃଦ୍ଧି ପାଉଥିବା ପ୍ରଦୂଷଣକୁ ଲକ୍ଷ୍ୟ କରି ଆଜିଠାରୁ ଏହି ନିୟମ ରାଜଧାନୀରେ ଲାଗୁ କରାଯାଇଛି। ପ୍ରତିବର୍ଷ ଶୀତ ଦିନେ ଅର୍ଥାତ ଅକ୍ଟୋବରରୁ ଜାନୁୟାରୀ ପର୍ଯ୍ୟନ୍ତ ଦିଲ୍ଲୀରେ ବାୟୂର ଗୁଣବତ୍ତା ଖରାପ ହେବାର ଦେଖାଯାଏ । ତାହାକୁ ନଜରରେ ରଖି ଏହି ପଦେକ୍ଷପ ନିଆଯାଇଛି । ଏହି ନିୟମ ଅନୁଯାୟୀ ବିଏସ୍-ଭିଆଇ ମାନଦଣ୍ଡ ପାଳନ କରୁନଥିବା ଓ ଦିଲ୍ଲୀ ବାହାରେ ପଞିକୃତ ସମସ୍ତ ବାଣିଜ୍ୟ ସାମଗ୍ରୀ ଗାଡ଼ି ଗୁଡ଼ିକୁ ଆଜିଠାରୁ ଦିଲ୍ଲୀ ପ୍ରବେଶ ନିଷେଧ। ମାତ୍ର ଏହି କଟକଣା ଦିଲ୍ଲୀରେ ପଞିକୃତ ବାଣିଜ୍ୟ ସାମଗ୍ରୀ ଗାଡ଼ି, BS-VI ମାନ ଥିବା ଡିଜେଲ ଗାଡ଼ି, LPG , CNG ଓ ବିଦ୍ୟୁତ ଦ୍ୱାରା ଚାଳିତ ଗାଡ଼ି ଉପରେ ଲାଗୁ ହେବ ନାହିଁ। ନିଷେଧ ମାନଦଣ୍ଡ ପାଳନ କରିଥିବା ଗାଡ଼ି ଗୁଡ଼ିକ କଠୋର ମାନଦଣ୍ଡ ପୂରଣ କରନ୍ତି। ଯାହା ଦ୍ୱାରା ପ୍ରଦୂଷଣ ହ୍ରାସ ହୋଇଥାଏ। ଏହି ନିୟମର ମୁଖ୍ୟ ଲକ୍ଷ୍ୟ ରାଜଧାନୀର ପ୍ରଦୂଷଣ ମାତ୍ରାକୁ ହ୍ରାସ କରିବା ।

Leave a Reply

Your email address will not be published. Required fields are marked *