ପୁଣି ଅଧା ବାଟରୁ ଫେରିଲା ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଆଉ ଏକ ବିମାନରେ ଯାନ୍ତ୍ରିକ ସମସ୍ୟା ଦେଖାଦେଇଛି। ୨୨ ଅକ୍ଟୋବର ଦିନ ଆମେରିକାର ନ୍ୟୁୟର୍କ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ବିମାନ ଏଆଇ୧୯୧ ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ମୁମ୍ବାଇ ଫେରିବାକୁ ପଡିଲା। ଏୟାର ଇଣ୍ଡିଆର ବିମାନଟି ରାତି ୧:୧୪ରେ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିଥିଲା, କିନ୍ତୁ ମାତ୍ର ଅଧ ଘଣ୍ଟା ପରେ ଏକ ଯାନ୍ତ୍ରିକ ସମସ୍ୟା ଦେଖାଦେଇଥିଲା। ଉଡ଼ାଣ ପରେ ଏକ ଯାନ୍ତ୍ରିକ ସମସ୍ୟା ଆଶଙ୍କା କରି ପାଇଲଟ୍ ବିମାନକୁ ମୁମ୍ବାଇ ବିମାନବନ୍ଦରକୁ ଫେରାଇଆଣିଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିମାନଟି ସୁରକ୍ଷିତ ଭାବରେ ଅବତରଣ କରିଥିଲା। ଏହାପରେ ପାଇଲଟ୍ ମୁମ୍ବାଇ ଫେରାଇବାକୁ ନିଷ୍ପତ୍ତି ନେଇଥିଲେ। ପରେ ବିମାନଟି ସକାଳ ପ୍ରାୟ ୩ ଟାରେ ଜରୁରୀକାଳୀନ ଅବତରଣ କରିଥିଲା। ବିମାନ ଯାଞ୍ଚ ହେବ ସହ ଯାତ୍ରୀମାନଙ୍କ ପାଇଁ ଅନ୍ୟ ଏକ ବିମାନର ବ୍ୟବସ୍ଥା କରାଯାଉଛି। ଏୟାର ଇଣ୍ଡିଆର ଅନେକ ବିମାନରେ ସମସ୍ୟା ଦେଖା ଦେଇଛି।

Leave a Reply

Your email address will not be published. Required fields are marked *