ମୋମୋ, ବର୍ଗର୍ , ପିଜ୍ଜା ସହିତ ଦିଆଯାଉଥିବା ଧଳା ରଙ୍ଗର ଚଟଣି ମେୟୋନିଜ୍ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ମେୟୋନିଜରେ ପ୍ରଚୁର ପରିମାଣରେ ଓମେଗା-୬ ଫ୍ୟାଟି ଏସିଡ୍ ଥାଏ । ମେୟୋନିଜକୁ ଅତ୍ୟଧିକ ସେବନ କରିବା ଦ୍ୱାରା ଉଚ୍ଚ ରକ୍ତଚାପ ହେବା ସହ ହୃଦଘାତ ଏବଂ ଷ୍ଟ୍ରୋକର ଆଶଙ୍କା ମଧ୍ୟ ବଢିଥାଏ । ଫାଷ୍ଟଫୁଡ୍ ସହ ମେୟୋନିଜ୍ ଖାଇବା ଦ୍ୱାରା ଓଜନ ବୃଦ୍ଧି ହୋଇଥାଏ । କାରଣ ଏଥିରେ ଅତ୍ୟଧିକ କ୍ୟାଲୋରି ଥାଏ । ଅତ୍ୟଧିକ ପରିମାଣରେ ମେୟୋନିଜ ଖାଇବା ଦ୍ୱାରାବ୍ୟକ୍ତିଙ୍କ ହୃଦସ୍ପନ୍ଦନ ବଢ଼ିବାର ଆଶଙ୍କା ବୃଦ୍ଧି ପାଇଥାଏ ।ଅତ୍ୟଧିକ ମେୟୋନିଜ ଖାଇଲେ ରକ୍ତରେ ଶର୍କରା ସ୍ତର ବୃଦ୍ଧି ପାଏ , ଯାହା ମଧୁମେହ ରୋଗ ବଢ଼ାଇବାର କାମ କରେ । ଏଥିରେ ଥିବା MSG ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଯାହା ଦ୍ୱାରା ମୁଣ୍ଡବିନ୍ଧା, ଦୁର୍ବଳ ଲାଗିବା ଏବଂ ବାନ୍ତି କରାଇବା ଭଳି ସମସ୍ୟା ସୃଷ୍ଟି ହୁଏ । ଗୋଟିଏ ଚାମଚ ମେୟୋନିଜରେ ପ୍ରାୟ ୧.୬ ଗ୍ରାମ ଚର୍ବି ଥାଏ । ତେଣୁ ଏହାକୁ ଅଧିକ ଖାଇବା ଦ୍ୱାରା କୋଲେଷ୍ଟ୍ରଲ୍ ବୃଦ୍ଧି ପାଇଥାଏ । କହିବାକୁ ଗଲେ ଦେହରେ ଅନେକ ରୋଗକୁ ଜନ୍ମଦିଏ ମେୟୋନିଜ ।
ଫାଷ୍ଟଫୁଡଠାରୁ ଆହୁରି ମାରାତ୍ମକ ମେୟୋନିଜ
