ଭୁବନେଶ୍ୱରେ: ଆଜି ମହାମାୟାଙ୍କ ମହାନବମୀ । ଶକ୍ତିପୀଠରେ ଚାଲିଛି ଦେବୀଙ୍କ ମହାନବମୀ ପୂଜା, ମଣ୍ଡପରେ ଆଜି ମହାଷ୍ଟମୀ । ରାଜ୍ୟର ବିଭିନ୍ନ ମଣ୍ଡପରେ ହେଉଛି ମା’ ଦୁର୍ଗାଙ୍କ ନବମୀ ପୂଜା । ଗାଁ ଠାରୁ ସାରା ସହର ଘଣ୍ଟଘଣ୍ଟା ଓ ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ହେଉଛି ମାଆଙ୍କ ଆବାହନରେ । ମାଆଙ୍କୁ ଦର୍ଶନ କରିବା ପାଇଁ ଶକ୍ତିପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି । ଭକ୍ତମାନେ ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶ ମଧ୍ୟରେ ମାଆଙ୍କ ବେଶ ଦର୍ଶନ କରି କରୁଣା ଲାଭ କରୁଛନ୍ତି । ନବରାତ୍ର ବ୍ରତ ଧାରଣ କରି ଭକ୍ତମାନେ ମାଆଙ୍କର ପୂଜାର୍ଚ୍ଚନା କରୁଛନ୍ତି । ବିଭିନ୍ନ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରୁଛି ସୁନ୍ଦର ତୋରଣ ସହ ଆଲୋକର ସାଜସଜ୍ଜା।
ଆଜି ମହାମାୟାଙ୍କ ମହାନବମୀ
