ବିଜୟଙ୍କ ରାଲିରେ ଦଳାଚକଟା ସହ ପଥର ଫିଙ୍ଗାଳି ଏବଂ ପୋଲିସର ଲାଠିଚାର୍ଜ

ଶନିବାର ଦିନ ତାମିଲନାଡୁର କରୁରରେ ଅଭିନେତା ବିଜୟଙ୍କ ରାଲିରେ ଦଳାଚକଟା ହୋଇଥିଲା । ବିଜୟଙ୍କ ଦଳ ଭିଡ଼ ଉପରେ ପଥର ଫିଙ୍ଗାଳି ଏବଂ ପୋଲିସର ଲାଠିଚାର୍ଜ ସମ୍ପର୍କରେ ଷଡ଼ଯନ୍ତ୍ର ସନ୍ଦେହ କରିଛି। ଦୁର୍ଘଟଣାର ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ଅଭିନେତା ବିଜୟ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ବିଦ୍ୟୁତ୍ କଟ୍ ହେବା ସହ ଭିଡ଼ ବହୁତ ବଢ଼ିଯାଇଥିଲା। ଅଭିନେତା ବିଜୟଙ୍କ ପାର୍ଟି ତାମିଲଗା ଭେତ୍ରୀ କଝଗମ (TVK) ରବିବାରରେ କହିଛନ୍ତି ଯେ, କରୁର ରାଲିରେ ଷ୍ଟାମ୍ପଡେଡ ଉପରେ ନିରପେକ୍ଷ ଯାଞ୍ଚ ପାଇଁ ମାଡ୍ରାସ ହାଇକୋର୍ଟର ମାଦୁରାଇ ବେଞ୍ଚକୁ ଯିବେ। ଦଳାଚକଟାରେ ୧୦ ଜଣ ପିଲାଙ୍କ ସମେତ ୪୦ ଜଣଙ୍କର ମୃତ୍ୟୁ ହୋଇଛି । ଦଳ ଅଭିଯୋଗ କରିଛି ଯେ, ଏହି ଘଟଣା ଦୁର୍ଘଟଣାଜନିତ ନୁହେଁ ବରଂ ଏକ ଷଡ଼ଯନ୍ତ୍ରର ଫଳାଫଳ । ସୂଚନା ଅନୁଯାୟୀ, ମାଡ୍ରାସ ହାଇକୋର୍ଟର ବିଚାରପତି ଏନ. ସେନ୍ଥିଲକୁମାର ଆଜି ଏକ ଜରୁରୀ ଆବେଦନର ଶୁଣାଣି କରିବେ। କରୁର ଦଳାଚକଟା ଘଟଣାର ତଦନ୍ତ ସମାପ୍ତ ନହେବା ପର୍ଯ୍ୟନ୍ତ ଅଭିନେତା ବିଜୟଙ୍କ ଦଳ ତାମିଲଗା ଭେତ୍ରି କଝଗମରେ କୌଣସି ସାଧାରଣ ସମାବେଶ ନକରିବାକୁ ଆଦେଶ ଦିଆଯାଇଛି । ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ବିଜୟ ଆସିବା ପୂର୍ବରୁ ବିଦ୍ୟୁତ୍ କାଟ ହୋଇଥିଲା ତା ସହ ଅଣଓସାରିଆ ରାସ୍ତା ଏବଂ ହଠାତ୍ ଲୋକଙ୍କ ଭିଡ଼ ଯୋଗୁଁ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ଦଳାଚକଟାର ପ୍ରଭାବ ଏତେ ଥିଲା ଯେ ଲୋକମାନଙ୍କର ଶ୍ୱାସରୁଦ୍ଧ ହୋଇଗଲା । କିଛି ପୋଷ୍ଟମର୍ଟମ ରିପୋର୍ଟରେ ମୃତ୍ୟୁର କାରଣ ଶ୍ୱାସରୁଦ୍ଧ ବୋଲି କୁହାଯାଇଛି । ଘଟଣାସ୍ଥଳରେ ପଡିଥିବା ଜୋତା, ଚପଲ, ଚିରା ପୋଷାକ, ଭଙ୍ଗା ବାଡ଼ି ଏବଂ ଚୁରମାର ବୋତଲଗୁଡ଼ିକ ଦଳାଚକଟାର ଭୟାବହତାକୁ ପ୍ରକାଶ କରିଥିଲା । ସେ ମୃତକଙ୍କ ପରିବାର ପାଇଁ ପ୍ରତ୍ୟେକଙ୍କୁ 20 ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ 2 ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି । ଏହି ସମୟରେ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ କରୁରରେ ପହଞ୍ଚି ମେଡିକାଲରେ ଆହତମାନଙ୍କୁ ଭେଟିଥିଲେ। ସେ ପୀଡିତ ପରିବାରକୁ ପର୍ଯ୍ୟାପ୍ତ ସରକାରୀ ସହାୟତା ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇଥିଲେ । ଏବଂ କହିଛନ୍ତି ଯେ ସମସ୍ତ ସମ୍ଭାବ୍ୟ ଚିକିତ୍ସା ସୁବିଧା ଉପଲବ୍ଧ କରାଯାଉଛି।

Leave a Reply

Your email address will not be published. Required fields are marked *