ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କାର୍ଯ୍ୟ ଅଧା ପନ୍ତରିଆ କରି କଣ୍ଟ୍ରାଟର ଚୁପ । ରାସ୍ତା ନିର୍ମାଣ ପାଇଁ ଆସୁଛି ଲକ୍ଷ ଲକ୍ଷ ଟଙ୍କା କିନ୍ତୁ କାମରେ ଅଵହେଳା କରୁଛନ୍ତି କଣ୍ଟ୍ରାକଟର । ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ନାଚୁଣି ଗ୍ରାମ ପଞ୍ଚାୟତରୁ ଆସିଛି ଏମିତି ଅଭିଯୋଗ । ଦୀର୍ଘ ବର୍ଷ ଧରି କାମ ହୋଇପାରୁନଥିବାରୁ ଗ୍ରାମବାସୀଙ୍କ ଅଭିଯୋଗ ପରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ମଞ୍ଜୁର କରାଯାଇ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ଲୋକିପୁର ଗ୍ରାମଠାରୁ କିଛି କାମ ଆରମ୍ଭ କରି ବାକି ରାସ୍ତା ଖୋଳା ଖୋଳି କରି ପଳେଇଛି କଣ୍ଟ୍ରାଟର । ରାସ୍ତାର ଅବସ୍ଥା ସମ୍ପୂର୍ଣ୍ଣ ଭାବେ ଖରାପଥିବାରୁ କୌଣସି ଆମ୍ବୁଲାନ୍ସ ଓ ଦମକଳ ଗାଡି ଯିବା ଅସମ୍ଭବ । ଏହି ସମ୍ପର୍କରେ ସରପଞ୍ଚଙ୍କଠାରୁ ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଜଣାଇଛନ୍ତି ଗ୍ରାମବାସୀ । କଣ୍ଟ୍ରାକଟର ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଲୋକିପୁର ବାସିନ୍ଦାମାନେ ଦାବି କରିଛନ୍ତି ।
ଅଧାପନ୍ତରିଆ ହୋଇ ପଡିଛି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ନିର୍ମାଣ କାର୍ଯ୍ୟ
