ଷଷ୍ଠ ଦିନରେ ବିଧାନସଭାର ଅଧିବେଶନ । ଆଜି ବିଧାନସଭା ମୌସୁମୀ ଅଧିବେଶନର ଷଷ୍ଠ ଦିନ । ଆଜି ମଧ୍ୟ ବେଶ ସରଗରମ ରହିପାରେ ଗୃହର ମାହୋଲ । ଅଧିବେଶନରେ ରହିଛି କୃଷି,ଶକ୍ତି,ଖାଦ୍ୟ ଓ ଯୋଗାଣର ପ୍ରଶ୍ନୋତ୍ତର । ପୁଣି ଗୃହ ଭିତରେ ହୋହାଲ୍ଲା କରିପାରନ୍ତି ବିରୋଧୀ । ନାରୀ ସୁରକ୍ଷାକୁ ନେଇ ସରକାରୀ ଦଳକୁ ଘେରିପାରନ୍ତି ବିରୋଧୀ ନେତା । କଂଗ୍ରେସର ଦ୍ୱିତୀୟ ଥର ଅନାସ୍ଥା ନୋଟିସ ଗ୍ରହଣ ହୋଇନାହିଁ । ଏହାକୁ ନେଇ ଆଜି ମଧ୍ୟ ଜୋର ପ୍ରତିବାଦ କରିପାରେ ଦଳ।