ସିନାପାଲି ବ୍ଲକର ମିଶନ ଶକ୍ତିର କର୍ମକର୍ତ୍ତା ମାନେ ବ୍ଳକ ଅଫିସ ପ୍ରାଙ୍ଗଣରେ ଗଣ ଧାରଣାରେ ବସିଛନ୍ତି । ନୂଆପଡା ଜିଲ୍ଲା ସିନାପାଲି ବ୍ଲକର ୨୭ ଗୋଟି ଗ୍ରାମ ପଞ୍ଚାୟତର ମିଶନ ଶକ୍ତି କର୍ମ କର୍ତ୍ତାମାନେ ଆଜି ସିନାପାଲି ବ୍ଲକ ଅଫିସ ପ୍ରାଙ୍ଗଣଠାରେ ଗଣଧାରଣାରେ ବସିଛନ୍ତି । ଏହି ମିଶନ ଶକ୍ତିର କର୍ମକର୍ତ୍ତା ମାନଙ୍କର ୭ଗୋଟି ଦାବୀକୁ ନେଇ ବ୍ଲକ ଅଫିସ ପ୍ରାଙ୍ଗଣରେ ଧାରଣାରେ ବସିଛନ୍ତି । ସେହି ଦାବୀଗୁଡିକ ହେଲା –
୧- ମିଶନ ଶକ୍ତି କର୍ମକର୍ତ୍ତା ମାନଙ୍କର ମାସିକ ଦରମା ୬ ମାସର ମିଳୁ ।
୨- ପୂର୍ବ ପରି ସ୍ଥାୟୀ ଦରମା ମିଳୁ।
୩- ସ୍ଥାୟୀ ନିଯୁକ୍ତି ଦିଆଯାଉ।
୪- ଚେକ ମାଧ୍ୟମ ରେ ଦିଆଯାଉଥିବା ମାସିକ ଦରମା କୁ ନିଜ ବ୍ୟାଙ୍କ ଖାତା ରେ ଦିଆଯାଉ।
୫- କାର୍ୟ୍ୟ ଅନୁଯାଇ ବର୍ଦ୍ଧିତ ପାରିଶ୍ରମିକ ଦିଆଯାଉ।
୬-ନିଜ କାର୍ୟ୍ୟ ଅନୁସାରେ ବୋନସ ପ୍ରୋତ୍ସାହନ ରାଶି ବନ୍ଦ କରାଯାଉ ।
୭- ରାଜସ୍ବ ଗ୍ରାମ ପ୍ରୋତ୍ସାହନ ବନ୍ଦ କରାଯାଉ ସିନାପାଲିରୁ ପତ୍ରବନ୍ଧୁ ବାଗ।
ଗଣ ଧାରଣାରେ ମିଶନ ଶକ୍ତି କର୍ମକର୍ତ୍ତା
