ଅଭିଭାବକମାନେ ପିଲାଙ୍କ ରୁଚି ପ୍ରତି ଧ୍ୟାନଦିଅନ୍ତୁ

ପ୍ରତେକ ଅଭିଭାବକ ମାନଙ୍କୁ ଅନୁରୋଧ ଯେ ଆପଣଙ୍କ ସନ୍ତାନମାନେ ଯେଉଁ କ୍ଷେତ୍ରକୁ ଯିବାକୁ ଇଚ୍ଛା କରୁଛନ୍ତି ତାଙ୍କୁ ସେହି କ୍ଷେତ୍ରରେ ଯିବା ପାଇଁ ଅନୁମତି ଦିଅନ୍ତୁ । କୌଣସି ପ୍ରକାରରେ ଆପଣତାଙ୍କୁ ବାଧ୍ୟ କରନ୍ତୁ ନାହିଁ । ବିଜ୍ଞାନ ହେଉ ବା କଳା ‌ହେଉ କି ବାଣିଜ୍ୟ ଯାହାବି ହେଉନା କାହିଁ ଆପଣଙ୍କ ପିଲାଙ୍କୁ କାହା ପିଲା ସହିତ ତୁଳନା କରନ୍ତୁ ନାହିଁ । ଏହା ଦ୍ୱାରା ତାଙ୍କୁ ମାନସିକ ଚାପ ମିଳିଥାଏ । ଅନେକ ପିଲାମାନେ ତାଙ୍କ ଅନିଚ୍ଛାସତ୍ତ୍ୱେ ପରିବା‌ରର ଚାପକୁ ନେଇ ଯୋର୍ ଯବର୍-ଦସ୍ତ ପଢନ୍ତି । ରେଜଲ୍ଟ ବାହାରିବା ଦିନ ଅନେକ ପିଲା ଆତ୍ମହତ୍ୟା କରନ୍ତି। ତେଣୁ ଆପଣମାନେ ହିଁ ପରମୁହୂର୍ତ୍ତରେ ଆପଣଙ୍କ ପିଲାମାନଙ୍କୁ ହରାଇବସନ୍ତି। ଆପଣମାନେ ପିଲାମାନଙ୍କ ଅଭିଭାବକ ହୋଇଥିବାରୁ ଆପଣ ତାଙ୍କୁ ‌ପ୍ରେରଣା ଏବଂ ଉତ୍ସାହ ଦିଅନ୍ତୁ। ତାଙ୍କ ମୃତ୍ୟୁର କାରଣ ହୁଅନ୍ତୁ ନାହିଁ । ବାଧ୍ୟ କରି କୌଣସି କାଯ୍ୟ ସଫଳ ହୁଏ ନାହିଁ। ତେଣୁ ଆପଣ ପିଲାମାନଙ୍କ ରୁଚି ପ୍ରତି ଗୁରୁତ୍ୱ ଦିଅନ୍ତୁ।

Leave a Reply

Your email address will not be published. Required fields are marked *