କୋରିୟ ଡ୍ରାମାରେ ପ୍ରଭାବିତ ଯୁବକଯୁବତୀ

ଏବେ କେ-ଡ୍ରାମା ସାରା ବିଶ୍ୱରେ ନୂଆଧାରା ସୃଷ୍ଟି କରିଛି। ଦକ୍ଷିଣକୋରିଆରେ ଏହି ଡ୍ରାମା ଅନ୍ୟଦେଶର ଡ୍ରାମା ବା ଧାରାବାହିକଠାରୁ ସ୍ୱତନ୍ତ୍ର ମନେହୁଏ । ଯେମିତିକି ଏହାର କାହାଣୀ ବା ପ୍ରସଙ୍ଗର କ୍ଷେତ୍ର ବିସ୍ତୃତ। ଏହା ଇତିହାସଠାରୁ ଆରମ୍ଭ କରି ରୋମାଞ୍ଚକ, ରହସ୍ୟ, କ୍ରାଇମ, ଥ୍ରୀଲର, ବ୍ୟବସାୟ ପରି ବିଭିନ୍ନ କ୍ଷେତ୍ରକୁ ଆପଣେଇ ନେଇଛନ୍ତି ଯୁବପିଢି । ବଲିଉଡ୍, ହଲିଉଡ୍ ଏବଂ ଟ୍ରଲିଉଡ୍ ପରେ କୋରିୟ ଡ୍ରାମା ପ୍ରତି ବେ‌ଶ୍ ଆକର୍ଷିତ ହେଉଛନ୍ତି ଯୁବକ ଯୁବତୀ । ଏହା ସହ ଲୋକମାନଙ୍କର ସ୍ୱାଦ ମଧ୍ୟ ବଦଳିଛି । ଏହି କୋରିଆନ୍ ଡ୍ରାମାର ନାମ ହେଉଛି କେ-ଡ୍ରାମା ଅଧିକାଂଶ ଲୋକ କରୋନା ସମୟରେ ଏହି ଡ୍ରାମା ପ୍ରତିଆକ‌ର୍ଷିତ ହୋଇଥିଲେ । ଯେଉଁ ସମୟରେ ଲୋକମାନଙ୍କ ପାଖରେ କିଛି ନୂଆ ଚଳଚିତ୍ର ବା ଟେଲିଧାରାବାହିକ ମଧ୍ୟ ନଥିଲା । ସେହି ସମୟରେ କେ-ଡ୍ରାମା ଅନେକ ପ୍ରକାରର କେ-ଡ୍ରାମା ରିଲିଜ୍ କରୁଥିଲା । ଭିନ୍ନ ଭିନ୍ନ ପ୍ରକାରର ବିଷୟବସ୍ତୁ ମଧ୍ୟ ଥିଲା ଯଥା ରେମାଞ୍ଚକ, ରହସ୍ୟ, କଳ୍ପନାବିଳାସ ଓ କ୍ରୀଡାଭିତ୍କ । ସେହିପରି ପାକିସ୍ତାନରେ ମଧ୍ୟ ପାକିସ୍ତାନ ଡ୍ରାମା ରହିଛି । ଓଡ଼ିଶାରେ କଞ୍ଚାଲଙ୍କା ଭଳି ଟେଲିଭିଜନ୍ ସୋ ରହିଛି । ଅଧିକାଂଶ ଯୁବକଯୁବତୀ କେ-ଡ୍ରାମା ଦେଖି ଆକର୍ଷିତ ହେଉଛନ୍ତି । ସେଠାକାର ନିୟମ ଅନୁଯାୟୀ GKS (global korea scholarship) ଏହି ସ୍କଲାରସିପ୍ ଦ୍ୱାରା ବାହାର ଦେଶର ଲୋକମାନେ ସେଠାରେ ଯାଇ ପାଠ ପଢ଼ିଥାନ୍ତି । ଏହି ସମୟରେ କେରିଆର ସରକାର ସେଇ ପିଲାମାନଙ୍କ ପାଇଁ ରହିବା, ଖାଇବା, ପଢିବା ସବୁର ଦାୟିତ୍ୱ ‌ନେଇଥାନ୍ତି। ପରବର୍ତ୍ତି ସମୟରେ କୋରିଆର ନାଗରିକ ହେବାକୁ ପଡିଥାଏ । ଆମ ଓଡ଼ିଆ ସିରିଆଲ୍ ହେଉବା କୌଣସି ହିନ୍ଦି ସିରିୟଲ ହେଉ ଯେପରି ବ‌‌ର୍ଷ ବର୍ଷ ଧରିଚାଲିଥାଏ, କୋରିଆନ୍ ଡ୍ରାମାରେ ସେହିପରି ଘଟିନଥାଏ। ଏହାମାତ୍ର ୧୨ ରୁ ୧୬ଟି ଏପିସୋଡ୍ ପଯ୍ୟନ୍ତ ସିମୀତ ଥାଏ ।


କାହିଁକି ଅଧିକାଂଶ ଲୋକ ଆପଣେଇଛନ୍ତି କୋରିଆନ୍ କଳା ,ସଂସ୍କୃତି, ଖାଦ୍ୟ ଆଉ ପରମ୍ପରାକୁ:-
ଏହି ଡ୍ରାମା ଏତେ ବିଶ୍ୱପ୍ରସିଦ୍ଧି ଲାଭ କରିଛି ଯେ, ଏବେ ଆମେରିକା ନୁହେଁ ଭାରତରେ ମଧ୍ୟ ଅଧିକଂଶ ଲୋକ ଦେଖିଲେଣି । ତାଙ୍କର କିଛି ଖାଦ୍ୟ ମଧ୍ୟ ଲୋକେ ପଣେଇ ‌ନେଲେଣି ଯେପରି ସୁଶି, ରା‌ମିୟନ୍, ଟକ୍-‌ବୋକି । ତାଙ୍କର କିଛି ଲୋକପ୍ରିୟ ଡ୍ରାମାଗୁଡିକ ହେଉଛି ଦକିଙ୍ଗସ୍-ଲେଟର୍, ପିନୋଚିଓ ଏହାର ମୁଖ୍ୟ ଭାଷା କୋରିଆ ଥିଲାବେଳେ ଅନ୍ୟାନ୍ୟ ଭାଷାରେ ମଧ୍ୟ ଡବିଙ୍ଗ୍ ହୋଇଛି ।ଯେପରି ଇଂରାଜୀ, ହିନ୍ଦୀ, ସ୍ପାନି‌ଷ୍, ଜାପାନିସ୍ ଇତ୍ୟାଦି ପ୍ରମୁଖ ଭାଷା ଗୁଡିକରେ ମୁକ୍ତିଲାଭ କରିଛି ଏବଂ ଏକ ବିଶ୍ୱପ୍ରସିଦ୍ଧ କେ-ଡ୍ରାମାର ନାମ ‘when life gives you tangerines’ ଏହାର କେ-ପପ୍ ମଧ୍ୟ ରହିଛି । ସେଠାରେ କୋରିଆନ୍ କଳାକାରମାନେ ମଧ୍ୟ ଗୀତ ପ୍ରଦର୍ଶନ କରନ୍ତି ଏବଂ ଏହା ମଧ୍ୟ ବହୁ ଚର୍ଚ୍ଚିତ ଲାଭ କରିଛି । ତାଙ୍କର ପ୍ରତେକ ଡ୍ରାମାରେ କିଛି ଶିଷା ଗ୍ରହଣୀୟ‌ତା ରହିଥାଏ । କେ-ଡ୍ରାମାର କାହାଣୀ ବିଶେଷ ଭାବରେ ଭାବନାପୂର୍ଣ୍ଣ ଓ ହୃଦୟସ୍ପର୍ଶୀ ହୁଏ ସେଥିରେ ଜୀବନର ଅନେକ ଭଲପାଇବା, ବନ୍ଧୁତ୍ୱ , ପାଠ, ପରିବାର ଓ ସଂଘର୍ଷ ଜନିତ ଦୃଶ୍ୟ ଥାଏ ଯାହା ଦର୍ଶକଙ୍କୁ ହୃଦୟସ୍ପର୍ଶୀ ହୁଏ । ତାଙ୍କ ଜୀବନଶୌଳି ଫ୍ୟାସନ୍, ଷ୍ଟାଇଲ୍ ଓ ନୂତନ ଚିନ୍ତାଧାରା ବହୁମାତ୍ରାରେ ‌ପ୍ରେରିତ କରିଛି । ଏହି ଶୗଳିରେ ମନୋରଞନକୁ ଏତେ ଭଲପାଇବା ଦେଇଛି ଯେ ଏହା ଆମ ଦୈନନ୍ଦିନ ଜୀବନର ଏକ ଅଂଶ ହୋଇପାରିଛି ।

Leave a Reply

Your email address will not be published. Required fields are marked *