ଭାରତୀୟ ସଂସ୍କୃତି ଆପଣେଇଲେ ବିଦେଶୀ

ଭାରତରେ ପ୍ରତ୍ୟେକ ଲୋକ ଆଧୁନିକତାକୁ ଅଧିକ ମାତ୍ରାରେ ଆପଣେଇଛନ୍ତି । କାରଣ ସେମାନେ ଏହାକୁ ଫ୍ୟାସନ ବୋଲି ଭାବୁଛନ୍ତି । ଆମେରିକାର ଲୋକମାନେ ପ୍ରାୟତଃ ବାସ୍ତବତାକୁ ଗ୍ରହଣ କଲେଣି ଓ ଆଧ୍ୟ୍ୟାତ୍ମିକତାକୁ ଆପଣେଇଲେଣି । ସେ ଆମ ସଂସ୍କୃତି ପରମ୍ପରାକୁ ଖୁବ୍ ଆନନ୍ଦର ସହିତ ପାଳନ କରୁଛନ୍ତି । ଶାଢି ପିନ୍ଧିବାଠାରୁ ଆରମ୍ଭ କରି ଠାକୁର ପୂଜା, ସଂକୀର୍ତ୍ତନ ଓ ଭଗବାନଙ୍କ ନାମ ଜପ ମଧ୍ୟ୍ୟ କରୁଛନ୍ତି । ମଣିଷ ଯେତେବେଳେ ସବୁ ଇଚ୍ଛାକୁ ପୂରଣ କରିଦିଏ ପରବତ୍ତୀ ମୁହୂର୍ତ୍ତରେ ସେ ଭଗବାନଙ୍କ ସରଣକୁ ଯିବାକ ଚାହେଁ ବା ଆଧ୍ୟ୍ୟାତ୍ମିକତା ଆଡକୁ ଗତି କରେ । ଏହାହିଁ ଜୀବନକୁ ଶାନ୍ତି ପ୍ରଦାନ କରେ । କହିବାର କାରଣ ଭାରତଠାରୁ ଆମେରିକା ୧୦୦୦ ଗୁଣରେ ଆଗରେ । ଯେଉଁ ଅତ୍ୟାଧୁନିକ ଭାରତରେ ଏବେ ଯାଏଁ ଆରମ୍ଭ ହୋଇ ନାହିଁ ସେଠାରେ ଲୋକମାନେ ତାହା ବ୍ୟବହାର କରିସାରିଲେଣି । ପ୍ରତେକ ଲୋକ ପ୍ରଥମେ ଖରାପ ଗୁଣକୁ ଆଗେ ଗ୍ରହଣ କରନ୍ତି । ସେହିଭଳି ଆଧୁନିକତା ମାନେ ଲୋକେ ଛୋଟ ଛୋଟ ପୋଷାକ, ପାଶ୍ଚାତ୍ୟଜୀବନଶୈଳି, ଖାଦ୍ୟ, କଥାବାର୍ତ୍ତା, ଚାଲିଚଳଣି ସବୁକୁ ଆମେ ପରିବତ୍ତନ କରିସାରିଲେଣି । ଏହା କୌଣସି ଭୁଲ୍ ନୁହେଁ ଉନ୍ନତ ଚିନ୍ତାଧାରା ରଖିବା ଭଲ । କିନ୍ତୁ ଆମେ ଆମ ସଂସ୍କୃତିକୁ ସଂପୂର୍ଣ୍ଣ ଛାଡିଦେଇ ପାଶ୍ଚାତ୍ୟକୁ ଏତେ ମାତ୍ରାରେ ଆପଣେଇବା ଠିକ୍ ନୁହେଁ । ଏହାଦ୍ୱାରା ଆମର ହିଁ କ୍ଷତି ହେଉଛି । ଆମ ଦେଶରେ ବିବାଘରମାନେ ସାତ ଜନ୍ମର ସାଥୀ ବୋଲି କୁହନ୍ତି । ଏବେ ତାହା ସଂପୂର୍ଣ୍ଣ ଅଲଗା ସ୍ୱାମୀ ଓ ସ୍ତ୍ରୀଙ୍କ ବିଚ୍ଛେଦର ମାତ୍ରା ବଢିବାରେ ଲାଗିଛି । ଏହା କୌଣସି ଫ୍ୟାସନ୍ ବା ଷ୍ଟାଇଲ ନୁହେଁ । ତାଙ୍କଠାରୁ ଅନୁପ୍ରେରିତ ହୋଇ ଆମେ ପ୍ରଥମ ମାସ, ଦ୍ୱିତୀୟ ମାସ ପ୍ରଥମ ବର୍ଷ ବିବାହ ବାର୍ଷିକ ପାଳନ କରିଥାଉ । ସେମାନେ ମଧ୍ୟ ଜଗନ୍ନାଥଙ୍କୁ ବହୁତ ବିଶ୍ୱାସ କରନ୍ତି । ତେଣୁ ଆଧୁନିକ ଓ ଆଧ୍ୟ୍ୟାତ୍ମିକତା ଉଭୟ ସନ୍ତୁଳିତ ରଖିବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *