ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥ କୁଣ୍ଡପୂର୍ ନିକଟରୁ ଜଣେ ହୋଲ ସେଲ କର୍ମଚାରୀଙ୍କ ଠାରୁ ନଗଦ ଟଙ୍କା ଓ ମୋବାଇଲ ଛଡାଇବା ନେଇ ବସ୍ତା ଥାନା ରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇ ପୋଲିସ ଘଟଣାର ବିଭିନ୍ନ ସିସିଟିଭି ଚେକ୍ କରିବା ସହିତ ଛାନଭିନ ଜାରି ରଖିଛି। ସୂଚନା ଅନୁସାରେ ଜଣେ ହୋଲସେଲ କର୍ମଚାରୀ ଗୌରାଙ୍ଗ ମହାପାତ୍ର ଭୋଗରାଇ ଓ ଜଳେଶ୍ବର ରୁ ବିଭିନ୍ନ ଔଷଧ ଦୋକାନ ରୁ ଟଙ୍କା କଲେକସନ୍ କରି ରୂପସା ଫେରୁଥିବା ବେଳେ ଅପରାହ୍ନ ସମୟରେ ଏକ ଆପାଚି ବାଇକ୍ ପିଛାକରି କୁଣ୍ଡପୁର୍ ନିକଟରେ ଗୌରାଙ୍ଗ ଙ୍କୁ ଅଟକାଇ ତାଙ୍କ ନିକଟରୁ ସତୁରୀ ହଜାର ପଚାଶ ଟଙ୍କା ଛଡାଇବା ସହିତ ତାଙ୍କ ନିକଟରେ ଥିବା ମୋବାଇଲ ଫୋନ କୁ ମଧ୍ୟ ଛଡାଇ ନେଇ ଚମ୍ପଟ ମାରିଥିଲେ। ଏନେଇ ଗୌରାଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଚଳାଇଥିବା ଦେଖିବାକୁ ମିଳିଛି। ତେବେ ଜାତୀୟ ରାଜପଥ ରେ ଦୈନଦିନ ଲୁଟ ରାହାଜାନୀ ବୃଦ୍ଧି ପାଇବାକୁ ଦୃଷ୍ଟିରେ ରଖି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ଥାନା ଅଞ୍ଚଳରେ ରାତ୍ରି କାଳୀନ ଯାନ ବାହନ ଯାଞ୍ଚ କୁ କଡାକଡି କରାଯାଇଛି। ତେବେ ଲୁଟେରା ଗେଙ୍ଗ ଏବେ ପୋଲିସ କୁ ଚକମା ଦେବାପାଇଁ ରାତି ଛାଡ଼ି ଦିନରେ ଅପରାଧିକ କାର୍ୟ୍ୟକଳାପ ଘଟାଉଥିବା ଓ ଏଥିରେ ପଥଚାରୀ ଦୈନଦିନ ଲୁଟର ଶିକାର ହେଉଥିବା ଦେଖିବାକୁ ମିଳିଛି।
କର୍ମଚାରୀଙ୍କୁ ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ
