ଆଜିଠୁ ବିଧାନସଭା ମୌସୁମୀ ଅଧିବେଶନ

ଆଜିଠୁ ବିଧାନସଭା ମୌସୁମୀ ଅଧିବେଶନ । ବିଭିନ୍ନ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହେବେ ଶାସକ-ବିରୋଧୀ । ଗୃହରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି ବିଜେଡି। ମହିଳା ନିର୍ୟାତନା ମାମଲା, ସାର ଅଭାବ, ଓଟିଇଟି ପ୍ରଶ୍ନପତ୍ର ଲିକ୍, ବାହାର ରାଜ୍ୟକୁ ବଡ ବଡ ଶିଳ୍ପ ଚାଲିଯିବା, ପଞ୍ଚାୟତିରାଜ ବ୍ୟବସ୍ଥାରେ ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ଆଦି ପ୍ରସଙ୍ଗ ଉଠାଇବାକୁ ବିଜେଡି ରଣନୀତି କରିଛି । କଂଗ୍ରେସ ବିଧାୟକ ଦଳ ବୈଠକରେ ବିଧାନସଭା ଅଧିବେଶନ ପାଇଁ ଷ୍ଟ୍ରାଟେଜି ପ୍ରସ୍ତୁତ ହୋଇଛି । ମହିଳା ନିର୍ୟାତନା , ସାର ଅଭାବ ଆଦିକୁ ମୁଖ୍ୟ ପ୍ରସଙ୍ଗ କରିବ କଂଗ୍ରେସ । ସେହିପରି ସରକାରଙ୍କ ବିରୋଧରେ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିବ ବୋଲି ଚର୍ଚ୍ଚା ହେଉଛି । ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ। ସେପ୍ଟେମ୍ବର ୨୫ ତାରିଖ ପର୍ୟ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ସାତଟି କାର୍ୟ୍ୟଦିବସ ରହିଛି। ସେପ୍ଟେମ୍ବର ୧୯ ତାରିଖରେ କେବଳ ବେସରକାରୀ ସଭ୍ୟଙ୍କ କାର୍ୟ୍ୟ ପାଇଁ ଧାର୍ୟ୍ୟ ହୋଇଥିଲା ବେଳେ ବାକି ୬ ଦିନ ସରକାରୀ କାର୍ୟ୍ୟଦିବସ ରହିଛି।

Leave a Reply

Your email address will not be published. Required fields are marked *