ଆମ ଆଦମୀ ପାର୍ଟି ତରଫରୁ ଢେଙ୍କାନାଳ ମେଡିକାଲ ଠାରେ ଗଣଧାରଣା

ଢେଙ୍କାନାଳ: ଆମ ଆଦମୀ ପାର୍ଟି ତରଫରୁ ଢେଙ୍କାନାଳ ମେଡିକାଲ ଠାରେ ଗଣଧାରଣା ଦେଇଛନ୍ତି । ଢେଙ୍କାନାଳ ଜିଲ୍ଲା ମେଡିକାଲ ସ୍ୱାସ୍ଥ୍ୟ ସେବା ବିପର୍ୟୟ ହେବାରୁ ଆଜି ଆମ ଆଦମୀ ପାର୍ଟି ତରଫର ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଦଳୀୟ କାର୍ଯ୍ୟାଳୟଠାରୁ ଏକ ଶୋଭାଯାତ୍ରା ବାହାରି ଢେଙ୍କାନାଳ ମୁଖ୍ୟ ଚିକତ୍ସାଳୟରେ ଅନିଦ୍ଧିଷ୍ଟ ଦିନ ପର୍ୟନ୍ତ ଗଣଧାରଣା ଦିଆଯାଇଥିଲା ଆମ ଅଦାମୀ ପାର୍ଟିର ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ରାଜ୍ୟ ସରକାରଙ୍କର ଅପାରଗତା ଉପରେ ଆଲୋକ ପାତ କରିଥିଲେ । ମେଡିକାଲରେ ଡାକ୍ତର ନାହାନ୍ତି, ରୋଗୀ ମାନଙ୍କୁ ନିମ୍ନ ମାନର ଖାଦ୍ୟ ଦିଆଯାଉଛି ମେଡିକାରେ ଡାକ୍ତର ନାହାନ୍ତି କି ନର୍ସ ନାହାନ୍ତି । ଅନେକ ଯନ୍ତ୍ରପାତି ଥାଇ ମଧ୍ୟ କାମରେ ଲାଗୁନିବି । ଏହି ସବୁ ଦାବି ପୂରଣ ନହେଲେ ଅନିଦ୍ଧିଷ୍ଟ କାଳ ପଯ୍ୟନ୍ତ ଗଣଧାରଣାରେ ବାସି ରହିବେ ବୋଲି ଜିଲ୍ଲା ସମ୍ପାଦକ ଶେସ ଦେବ ବେହେରା ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *