ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଏନଏସିକୁ ମୁନସିପାଲଟି ମାନ୍ୟତା ଦାବି ଓ ୟୁରିଆ ସାର କଳା ବଜାରି ଅଭାବକୁ ନେଇ ବିଜେଡି ଦଳ ପକ୍ଷରୁ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ହୋଇଛି। ଏହି ଅବସରରେ ଉପଜିଲ୍ଲାପାଳ ଉପସ୍ଥିତ ନଥିବାରୁ ସହକାରୀ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ପରେ ଜିଲ୍ଲା ବିଜେଡି ସଭାପତିଙ୍କ ନେତୃତ୍ୱରେ ଏକ ରାଲି ସହରର ମୁଖ୍ୟ ରାସ୍ତା ଦେଇ ପାଟଣାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ସଭାରେ ଯୋଗ ଦେଇଛନ୍ତି। ସଭାରେ ପୂର୍ବତନ ବିଧାୟକ ଏନ୍ଏସିକୁ ମୁନସିପାଲଟି ମାନ୍ୟତା ପ୍ରଦାନ, ୟୁରିଆ ସାରର ଅଭାବି ବିକ୍ରି ଓ ଚଢାଦରରେ ବିକ୍ରି ହେଉଥିବା ଅଭିଯୋଗ ନେଇ ସରକାରଙ୍କ ବିରୁଦ୍ଧରେ ବର୍ଷିଛନ୍ତି । ଆଗାମୀ ଦିନରେ ଏହି ଦାବିଗୁଡିକ ପୂରଣ ନହେଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇବା ବୋଲି ଚେତାବନୀ ଦେଇଛନ୍ତି।