ପ୍ରଧାନ ଶିକ୍ଷକଙ୍କ ଅନୁପସ୍ଥିତିରେ ସହପାଠୀଙ୍କ ଉନ୍ମମୁତ କାଣ୍ଡ

କନ୍ଧମାଳ ଜିଲ୍ଲାର ପିଲାମାନେ ସେବାଶ୍ରମରେ ରହି ପାଠ ପଢ଼ିଥାନ୍ତି। ପିଲାମାନଙ୍କ ପାଇଁ ସରକାର ଅନେକ ଅର୍ଥ ଖର୍ଚ୍ଚ କରିଥାନ୍ତି ଯାହାର ସୁଯୋଗ ସେବାଶ୍ରମ ସ୍କୁଲ କତ୍ତୃପକ୍ଷ ନେଉଛନ୍ତି। କେଉଁ ସେବାଶ୍ରମର ଶିକ୍ଷକମାନେ ପାଠପଢା ବଦଳରେ ଶୋଇ ସମୟ ବିତାଉଛନ୍ତି ତ କେଉଁଠି ରାତ୍ରିରେ ପିଲାମାନେ ଅସୁରକ୍ଷିତ ଅବସ୍ଥାରେ ରହୁଛନ୍ତି।ସୂଚନା ଅନୁସାରେ ଫିରିଙ୍ଗିଆ ବ୍ଲକ ସଲାଗୁଡା ଅଞ୍ଚଳରେଥିବା ସଲାଗୁଡ଼ା ସେବାଶ୍ରମରେ ଗତକାଲି ବିଳମ୍ବିତ ରାତିରେ କିଛି ସହପାଠୀ ପିଲା ୮ ଜଣ ପିଲାଙ୍କ ଆଖିରେ ଫେଭିକ୍ୱିକ ଢ଼ାଳିଦେଇଛନ୍ତି। ଆସୁଚିକିର୍ତ୍ସା ପରେ ପିଲାମାନଙ୍କ ଆଖି ଧୀରେ ଧୀରେ ଖୋଲୁଥିବା ସୂଚନା ମିଳିଛି। ଏଠି ବଡ଼ ପ୍ରଶ୍ନ ସେବାଶ୍ରମ ଭିତରକୁ ଫେଭିକୱିକ୍ ଗଲା କିପରି? ସେବାଶ୍ରମ ପ୍ରଧାନ ଶିକ୍ଷକ କଣ କରୁଛନ୍ତି? ଏପରି ଅନେକ ପ୍ରଶ୍ନ ସହ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟରେ ଦୁର୍ବଳତା ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

Leave a Reply

Your email address will not be published. Required fields are marked *