ପୁରୀରେ ଲାଗିବ ବଡି କ୍ୟାମେରା

ଶ୍ରୀମନ୍ଦିରରେ ଅଣସେବାୟତଙ୍କ ଗଳାବାଟକୁ ରୋକିବା ପାଇଁ ଲାଗୁ ହେବ ବଡି କ୍ୟାମେରା । ଏଣିକି ଶ୍ରୀମନ୍ଦିରକୁ ଆଉ ସେବାୟତ ବେଶରେ ଅଣସେବାୟତ ଭକ୍ତମାନଙ୍କୁ ନେଇ ଯାଇପାରିବେ ନାହିଁ । କିମ୍ବା କୌଣସି ପୋଲିସ ଓ ଜେଟିପି ପକେଟ ଗରମ କରିବା ପାଇଁ ଗଳା ବାଟରେ ଭକ୍ତମାନଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରାଇପାରିବେ ନାହିଁ । ଏସପି ପ୍ରତୀକ ସିଂ ଅପରାଧ ନିୟନ୍ତ୍ରଣ ପାଇଁ କିଛି ସ୍ୱତନ୍ତ୍ର କରିବାକୁ ଯୋଜନା ରଖିଛନ୍ତି । ଏହି କ୍ରମରେ ଶ୍ରୀମନ୍ଦିରର ସୁରକ୍ଷା ଏବଂ ଭକ୍ତମାନଙ୍କୁ ନେଇ ଘଳିଆ ବାଟରେ ଛାଡୁଥିବା ପୋଲିସଙ୍କୁ ସାବାଡ଼ କରିବା ପାଇଁ ପୁଲିସ ଛାତିରେ କ୍ୟାମେରା ଲଗାଇଛନ୍ତି । ଏଣିକି ଶ୍ରୀମନ୍ଦିରର ଚାରିଦ୍ୱାର ନିକଟରେ ଡ୍ୟୁଟି କରୁଥିବା ପୋଲିସମାନେ ସେମାନଙ୍କ ପୋଷାକର ଛାତି ପାଖରେ ନୂଆ କୌଶଳର କ୍ୟାମେରା ଲଗାଇବେ । ଶ୍ରୀମନ୍ଦିରକୁ ପ୍ରବେଶ କରୁଥିବା ଭକ୍ତମାନଙ୍କ ଚିତ୍ର ଏହି କ୍ୟାମେରାରେ କଏଦ ହେବା ସହ ସେଠାରେ ହେଉଥିବା ବାର୍ତ୍ତାଳପ ମଧ୍ୟ ରେକର୍ଡ ହୋଇଯିବ । ଏହି କ୍ୟାମେରାରେ ରେକର୍ଡିଂ ହେଉଥିବା ସମସ୍ତ ତଥ୍ୟ କ୍ୟାମେରାରେ ଷ୍ଟୋର ହୋଇ ରହିବ । ଆବଶ୍ୟକ ପଡ଼ିଲେ ପୋଲିସ ସେହି ତଥ୍ୟକୁ ଆଧାର କରି ତଦନ୍ତ ଆଗେଇ ନେଇପାରିବ ବୋଲି ସିଟି ଡିଏସ୍ପି ପ୍ରଶାନ୍ତ ସାହୁ ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି । ଏହି କ୍ୟାମେରା ଆଗାମୀ ଦିନରେ ଶ୍ରୀମନ୍ଦିରର ସୁରକ୍ଷା ସମ୍ପର୍କରେ ଗୁରୁତ୍ୱ ବହନ କରିବ । ସେହିପରି ଭକ୍ତମାନଙ୍କ ପ୍ରତି ପୋଲିସର ବ୍ୟବହାର ମଧ୍ୟ ରେକର୍ଡିଂ ହୋଇରହିବ । କ୍ୟାମେରା ଅଣସେବାୟତମାନଙ୍କ ପ୍ରତି କଡ଼ା ନଜର ରଖିବା ସହ ପୋଲିସର ଦୁର୍ବ୍ୟବହାର ପ୍ରତି ମଧ୍ୟ ଯଥେଷ୍ଟ ଧ୍ୟାନ ଦେବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *