ପ୍ରବଳ ବର୍ଷା ନେଇ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ରାଜ୍ୟରେ ଜାରି ରହିଛି ଲଘୁଚାପଜନିତ ବର୍ଷା । ଆଗକୁ ଆଉ ଏକ ଘୂର୍ଣ୍ଣିବଳୟ ରହିଛି । ଏହାର ପ୍ରଭାବରେ ପୁଣି ଭିଜିବ ଓଡିଶା । ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଆସନ୍ତା ୧୬ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କଲା ପାଣିପାଗ କେନ୍ଦ୍ର । ଆଜି ଏବଂ ଆସନ୍ତାକାଲି ସାରା ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆଜି ମାଲକାନଗିରି ଓ କୋରାପୁଟ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଏହି ଦୁଇଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ପବନ ୩୦-୪୦ କିଲୋମିଟର ବେଗରେ ବହିବ ବୋଲି ସୂଚନା ଦେଲା ପାଣିପାଗ କେନ୍ଦ୍ର |

Leave a Reply

Your email address will not be published. Required fields are marked *