ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଂକେର ଜିଲ୍ଲାରେ ପୁଣି ନକ୍ସଲ ଏବଂ ପୁଲିସ ମଧ୍ୟରେ ଗୁଳିବନିମୟ ଘଟିଛି।

ପରତାପୁର ଅଂଚଳରେ ସୁରକ୍ଷା ବାହିନୀର ଯବାନମାନେ ସର୍ଚ୍ଚ ଅପରେସନ କରୁଥିବା ବେଳେ ନକ୍ସଲ ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ।

ଦୀର୍ଘ ସମୟ ଧରି ଗୁଳିବିନମୟ ଘଟିବା ପରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରେ ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଣେ ନକ୍ସଲ ପୋଷାକଧାରୀଙ୍କ ଶବକୁ ଜବତ କରିଛି। ମୃତ ନକ୍ସଲକୁ ଚିହ୍ନଟ କରାଯାଇପାରି ନାହିଁ। ବିଶେଷ ସୂତ୍ରରୁ ଖବର ପାଇ କାଂକେର ଜିଲ୍ଲା ପୁଲିସ ଚଢ଼ଉ କରିଥିଲା। ଘଟଣାସ୍ଥଳରୁ ଗୋଟିଏ ୩୦୩ ବନ୍ଧୁକ ମଧ୍ୟ ଜବତ କରାଯାଇଛି। ଜଂଗଲରେ ଯବାନ ସର୍ଚ୍ଚ ଅପରେସନକୁ ଆହୁରି ଜୋରଦାର କରିଛନ୍ତି।

Leave a Reply

Your email address will not be published. Required fields are marked *