ସୋସିଆଲ୍ ମିଡିଆ ବ୍ୟାନ୍ ବିରୋଧରେ କାଠମାଣ୍ଡୁରେ ହୋଇଥିଲା ଜୋରଦାର ବିକ୍ଷୋଭ । ଯେଉଁଥିରେ ସଂସଦ ପରିସରରେ ବିକ୍ଷୋଭକାରୀଙ୍କ ଭଙ୍ଗାରୁଜା ଦେଖିବାକୁ ମିଳିଥିଲା । ସେପଟେ ବିକ୍ଷୋଭକାରୀଙ୍କ ଉପରକୁ ଲୁହବୁହା ଗ୍ୟାସ , ବୁଲେଟ ମାଡ଼ କରିଥିଲା ପୋଲିସ । ସରକାରଙ୍କୁ ନେଇ ଖୁବ ଟାର୍ଗେଟ କରିଥିଲେ ନେପାଳ ଯୁବବର୍ଗ । ଯାହାକୁ ନେଇ ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ଇସ୍ତଫାକୁ ନେଇ ଜୋର ଉଠିଥିଲା ଦାବି । ବିକ୍ଷୋଭକାରୀଙ୍କ ମୃତ୍ୟୁ ଓ ତୀବ୍ର ଉତ୍ତେଜନା ପରେ ଦାବି ଏତେ ଜୋରରେ ହୋଇଥିଲା ଯେ ଦେଶରେ ବ୍ୟାପକ ହିଂସାକାଣ୍ଡ ଭିତରେ ନେପାଳ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲି ଶେଷରେ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫାପତ୍ର ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ରାମଚନ୍ଦ୍ର ପଉଡେଲ । ଓଲିଙ୍କ ଇସ୍ତଫାପତ୍ର ଗ୍ରହଣ କରିବା ପରେ ଦେଶର ନୂଆ ନେତା ଚୟନ ଦିଗରେ ପଦକ୍ଷେପ ନିଆଯିବ ବୋଲି ରାଷ୍ଟ୍ରପତି କହିଛନ୍ତି । ଅନ୍ୟପଟେ ଜନତାଙ୍କ ଆକ୍ରୋଶର ଶିକାର ହୋଇ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ମନ୍ତ୍ରିମଣ୍ଡଳର କିଛି ମନ୍ତ୍ରୀ ଦେଶ ଛାଡ଼ିବାକୁ ଯୋଜନା କରିଥିବା ସୂଚନା ମିଳିଛି । ଏପରି କି ପ୍ରଧାନମନ୍ତ୍ରୀ ଓଲି ସେନା ହେଲିକପ୍ଟର ଜରିଆରେ ଦେଶ ଛାଡ଼ି ଦୁବାଇ ବାହାରି ଯାଇଥିବା ଜଣାପଡ଼ିଛି ।
ଦେଶ ଛାଡ଼ିଲେ ପ୍ରଧାନମନ୍ତ୍ରୀ
