ଦିଲ୍ଲୀ-ଏନ୍ସିଆର୍ରେ ଯମୁନା ନଦୀର ଜଳସ୍ତର ବୃଦ୍ଧି ପାଇଛି । ଯମୁନା ନଦୀରେ ବଢ଼ୁଥିବା ଜଳସ୍ତର ଭୟଙ୍କର ପରିସ୍ଥିତି ଆଣିଦେଇଛି ଦିଲ୍ଲୀକୁ । ଦିଲ୍ଲୀ-ଏନ୍ସିଆର୍ରେ ଆଜି ଯମୁନା ନଦୀର ଜଳସ୍ତର ବୃଦ୍ଧି ପାଇଛି । ଯମୁନା ଜଳସ୍ତର ଆଜି ସର୍ବୋଚ୍ଚ ୨୦୭.୪୮ ମିଟରକୁ ପହଞ୍ଚିଛି । ଲଗାଣ ମୌସୁମୀ ବର୍ଷା ଏହି ସ୍ଥିତିକୁ ଆହୁରି ଜଟିଳ କରିଛି । ଯମୁନା ବଜାର ଅଞ୍ଚଳରେ ଥିବା ରିଲିଫ କ୍ୟାମ୍ପଗୁଡ଼ିକ ଜଳମଗ୍ନ ହେବା ଫଳରେ ଶତାଧିକ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଏହା ସହିତ ଗାଜିଆବାଦର ଲୋନି ଅଞ୍ଚଳରେ ନିର୍ମାଣାଧୀନ ଏକ ଫ୍ଲାଏଓଭର ଭାଙ୍ଗି ପଡ଼ିଛି । ଏଭଳି ଘଟଣା ବନ୍ୟାର ଭୟାବହତାକୁ ପ୍ରତିଫଳିତ କରୁଛି । ଦିଲ୍ଲୀର ପୁରୁଣା ରେଲ୍ୱେ ବ୍ରିଜ୍ରେ ଯମୁନା ନଦୀ ଜଳସ୍ତର ଗୁରୁବାର ସକାଳ ୭ଟାରେ ୨୦୭.୪୮ ରହିଥିଲା ।
ବର୍ଷାରେ ବେହାଲ ଦିଲ୍ଲୀ
