ଶେହବାଜ ସରିଫଙ୍କୁ ନେଇ ଭିଡିଓ ଭାଇରାଲ, କାହିଁକି ହସିଲେ ପୁଟିନ । ସୋସିଆଲ ମିଡିଆରେ ଭିଡିଓ ହେଉଛି ଭାଇରାଲ । ଲୋକେ କହୁଛନ୍ତି କାହିଁକି ପୁଟିନ ଏମିତି ହସିଲେ । ଇସାରାରେ ପୁଟିନ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ କଣ କହିଲେ । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ସରିଫ୍ ଟ୍ରୋଲ୍ ହେବାରେ ଲାଗିଛନ୍ତି । ଆସନ୍ତୁ ଜାଣିବା ।
ତେବେ ବେଜିଂରେ ଅନୁଷ୍ଠିତ ସାଙ୍ଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ନେଇ ସୋସିଆଲ ମିଡିଆରେ ଏବେ ଏକେ ଭିଡିଓ ବେଶ ଭାଇରାଲ ହେଉଛି । ଯେଉଁଥିରେ ସ୍ପଷ୍ଟ ଦେଖିବାକୁ ମିଳୁଛି । ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଦ୍ୱିପାକ୍ଷିକ ବୈଠକ ସମୟରେ ସରିଫ ତାଙ୍କ ଅନୁବାଦ ସମୟରେ ହେଡ଼ଫୋନ ଲଗାଉଥିଲେ କିନ୍ତୁ ତାଙ୍କ ହେଡ଼ଫୋନଟି ତାଙ୍କ କାନରୁ ଖସିପଡିଥିଲା । ଆଉ ସେହି ସମୟରେ ସରିଫ ହେଡ଼ଫୋନ ଠିକ କରିବାକୁ ଚେଷ୍ଟା କରୁଛନ୍ତି, ମାତ୍ର ପୁଟିନ ଏହା ଦେଖି ହସିବା ସହ ଏହା କିପରି କାନରେ ଲଗାଇବାକୁ ହେବ ତାହା ଇଶାରାରେ ବୁଝାଉଛନ୍ତି । ଏଭଳି ସମାନ ଘଟଣା ୨୦୨୨ ଏସସିଓ ଶିଖର ସମ୍ମିଳନୀରେ ଦେଖିବାକୁ ମିଳିଥିଲା । ଯେଉଁଠାରେ ସରିଫ୍ ସମାନ ସମସ୍ୟାରେ ପଡ଼ିଥିଲେ ଏବଂ ପୁଟିନ ତାଙ୍କୁ ଦେଖି ହସିଥିଲେ । ଏହି ଘଟଣାକୁ ନେଇ ପାକିସ୍ତାନରେ ବିରୋଧୀ ଦଳ ନେତା ଶିରୀନ ମଜାରୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ସରିଫଙ୍କୁ କଡ଼ା କଟାକ୍ଷ କରିଛନ୍ତି । ଅନେକ ଏହାକୁ ଜାତୀୟ ଅପମାନ ବୋଲି କହିଛନ୍ତି । ସରିଫ୍ ଏଭଳି ଟ୍ରୋଲ୍ ହେବା ଘଟଣା ଇଣ୍ଟରନେଟ୍ ମିମ୍ ଝଡ଼ ସୃଷ୍ଟି କରିଛି ।
