NAC ଘୋଷଣା ପରେ ମାଇଲେଜ ପାଇଁ ଟଣା ଓଟରା ବିଜେପି ଓ ବିଜେଡି

କଟକ ସାଲେପୁରକୁ NAC ଘୋଷଣା କରିବା ପରେ ଦଳରେ ଏବେ ଟଣା ଭିଡା ଓ ତୁ ତୁ ମେ ମେ ବିଜେଡି ଆଉ ବିଜେପି । ନବୀନ ଅରଜିନାଲ ହେଲେ ମୋହନ କରୁଛନ୍ତି କପି । ବାଜିଲା ଡବଲ ବାଜା ଆଉ ଫୁଟିଲା ଦୁଇଟି ବାଣ, ନବୀନଙ୍କୁ ବଦନାମ ପାଇଁ ବିଜେପି କରିଛି ପଣ । ରାଜ୍ୟରେ ନୂଆକରି ଷୋହଳ ଟି NAC ଘୋଷଣା କରିଛି ବିଜେପି ସରକାର । କିନ୍ତୁ ପ୍ରକୃତରେ କିଏ ଏହି ସବୁ ସହରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ କଲା ତାକୁ ନେଇ ଏବେ ରାଜନୀତି ମହଲରେ ଜୋରଦାର ତୁମ୍ବୀ ତୁଫାନ। ବିଜେଡି ଓ ବିଜେପି ମଧ୍ୟରେ ଚାଲିଛି କଥା କଟାକଟି । ହେଲେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ । ବିଜେପି ସରକାରରେ ବିଜେଡି ପାଳୁଛି NAC ମାନ୍ୟତା ଉତ୍ସବ, ସରକାରୀ ଦଳର ନେତା ମାନଙ୍କ ସହ ବିରୋଧି ବିଜେଡି ନେତା ମଧ୍ୟ ନିଜ ଅଞ୍ଚଳକୁ NAC ମାନ୍ୟତା ମିଳିବାକୁ ନେଇ ବେଶ ଖୁସି । ଏହା ସହ ବାଣ ଫୁଟାଇ ଉତ୍ସବ ମନାଉଥିବାର ଦେଖିବାକୁ ମିଳିଛି । କଟକ ସାଲେପୁରକୁ NAC ମାନ୍ୟତା ପାଇଁ ପୂର୍ବ ସରକାର ସବୁ କାଗଜ ପତ୍ର କାମ ସାରିଥିବା ବିଜେଡି ନେତା ମାନେ କହୁଥିବା ବେଳେ, ବିଜେପି ସରକାର ଏହି ସବୁ କାମ କରିଛି ବୋଲି ବିଜେପି ନେତା ଅରିନ୍ଦମ ରାୟ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଅପରପକ୍ଷେ NAC ଘୋଷଣା ପରେ ସାଲେପୁର ବିଜୁ ଜନତା ଦଳର କର୍ମୀ ମାନେ ବାଣ ଫୁଟାଇ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଛନ୍ତି । ବିଜେଡି ନେତା ଉତ୍ସବ ପାଳନ କରୁଥିବା ବେଳେ ବିଜେପି ପକ୍ଷରୁ ରୋଡ ଶୋ ମଧ୍ୟ କରାଯାଇଛି । ତେବେ ସାଲେପୁର NAC ମାନ୍ୟତା ପାଇବା ପଛରେ ପ୍ରକୃତରେ କାହାର ଅବଦାନ ରହିଛି ତାହା ବର୍ତ୍ତମାନ ସାଲେପୁର ବାସୀଙ୍କ ପାଇଁ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି?

Leave a Reply

Your email address will not be published. Required fields are marked *