ମଝି ଆକାଶରେ ଦେବଦୂତ ସାଜି ଜୀବନ ବଞ୍ଚାଇଲେ ଓଡ଼ିଆ ଡାକ୍ତର

ମଝି ଆକାଶରେ ମଧ୍ୟ ରାତ୍ରୀରେ ଦେବଦୂତ ସାଜିଲେ ଜଣେ ଓଡ଼ିଆ ଡାକ୍ତର । ସୂଚନା ଅନୁସାରେ, ଶୁକ୍ରବାର ଦିନ ଇଣ୍ଡିଗୋ ବିମାନରେ ମଝି ଆକାଶରେ ମହିଳା ଜଣକ ଅସୁସ୍ଥ ହୋଇ ସିଟରୁ ଗଳି ପଡ଼ିଥିଲେ । ଡାକ୍ତର ଜ୍ୟୋତିର୍ମୟ ନାୟକ ବିଳମ୍ବ ନ କରି ଚିକିତ୍ସାରେ ଲାଗିପଡ଼ିଥିଲେ । ମହିଳାଙ୍କ ସ୍ୱାସ୍ଥ୍ୟର ଯାଞ୍ଚ କରି ଚଳନ୍ତା ବିମାନରେ ମହିଳାଙ୍କୁ ସିପିଆର ଦେଇ ମହିଳାଙ୍କ ଜୀବନ ରକ୍ଷା କଲେ ଡାକ୍ତର । ସହଯାତ୍ରୀ ହଠାତ୍ ଅସୁସ୍ଥ ହୋଇପଡ଼ିଥିବା ଦେଖି ତାଙ୍କ ଜୀବନ ରକ୍ଷା କରିଥିଲେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ସହକାରୀ ପ୍ରଧ୍ୟାପକ ଡା.ଜ୍ୟୋତିର୍ମୟ ନାୟକ ।ବିମାନଟି ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିବା ପରେ ବୃଦ୍ଧା ମହିଳାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଓଡ଼ିଆ ଡାକ୍ତରଙ୍କ ସେବା ଓ ସାଧାରଣ ଉଦ୍ୟମକୁ ପ୍ରସଂଶା କରାଯାଉଛି । ତାଙ୍କ ଯୋଗୁଁ ବିମାନରେ ଯାଉଥିବା ଜଣେ ବୟସ୍କ ମହିଳାଙ୍କ ଜୀବନ ବଞ୍ଚିଯାଇଚି । ଡାକ୍ତରଙ୍କର ଏପରି ଦେବଦୂତ ତୁଲ୍ୟ ପ୍ରୟାସକୁ ଚାରି ଆଡୁ ଏବେ ଛୁଟୁଛି ଭୂୟସୀ ପ୍ରଶଂସା ।

Leave a Reply

Your email address will not be published. Required fields are marked *