ଦିଲ୍ଲୀ, ରୋହିଣୀର ଝୁଗିରେ ଭୟଙ୍କର ଅଗ୍ନିକାଣ୍ଡ

ଦିଲ୍ଲୀ: ରବିବାର ସନ୍ଧ୍ୟାରେ ଦିଲ୍ଲୀ ରୋହିଣୀର ସେକ୍ଟର ୧୮ ଅଞ୍ଚଳରେ ଝୁଗିରେ ନିଆଁ ଲାଗିଯାଇଥିଲା । ଡିଏଫଏସ କହିଛି ଯେ ସନ୍ଧ୍ୟା ୭.୦୧ ରେ ଅଗ୍ନିକାଣ୍ଡ ସମ୍ପର୍କରେ ଏକ ଫୋନ୍ ଆସିଥିଲା, ଯାହା ପରେ ଛଅଟି ଅଗ୍ନିଶମ ଗାଡି ଘଟଣାସ୍ଥଳକୁ ପଠାଯାଇ ଅଗ୍ନିକାଣ୍ଡକୁ ଆୟତ୍ତ କରାଯାଇଥିଲା । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ନିଆଁ ଦ୍ରୁତ ଗତିରେ ବ୍ୟାପିଥିଲା । ଦୀର୍ଘ ଦେଢ ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏପର୍ଯ୍ୟନ୍ତ କୌଣସି ମୃତାହତ କିମ୍ବା ଆହତ ହେବାର ରିପୋର୍ଟ ମିଳିନାହିଁ, ଏବଂ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଝୁଗି କ୍ଲଷ୍ଟରରୁ ଧୂଆଁ ଉଠିବା ଦେଖି ବାସିନ୍ଦାମାନେ ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିକାଣ୍ଡରେ କାହାର ଜୀବନ ଯାଇନଥିବା ବେଳେ ସେହି ଅଞ୍ଚଳରେ ଏକ ଆତଙ୍କ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *