ଉଦଳାରେ ଲଜ୍ଜ୍ୟା

ଉଦଳା: ଚାକିରୀ କରାଇବାକୁ କହି ଡାକି ଆଣିଲେ, ୮୦ କିଲୋମିଟର ଦୂର ଆଣି ଗାଡି ଭିତରେ ରାଜରାସ୍ତା କଡରେ କରିଲେ ଗଣଦୁଷ୍କର୍ମ । ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି ଉଦଳା ଥାନା ଅଞ୍ଚଳରେ । ବାଙ୍ଗିରିପୋଷି ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ କମ୍ପାନୀରେ ଚାକିରୀ କରାଇ ଦେବାକୁ କହି ଘରୁ ଏକ ଓମିନି ଗାଡ଼ିରେ ଦୁଇ ଜଣ ଡାକି ଆଣିଲେ । ପରେ ରାସ୍ତାରୁ ଆଉ ୩ ଜଣ ଉକ୍ତ ଗାଡ଼ିରେ ବସିଲେ । ବାଙ୍ଗିରିପୋଷି ରୁ ୮୦ କିଲୋମିଟର ଦୂର ଉଦଳା ଆଣି ରାସ୍ତା କଡରେ ଗାଡି ଛିଡା କରି ଗାଡି ଭିତରେ ୬ ଯୁବକ କରିଲେ ଯୁବତୀଙ୍କୁ ଗଣ ଦୁଷ୍କର୍ମ । ଉଦଳା – ବାଲେଶ୍ୱର ରାଜ୍ୟ ରାଜପଥ କଡରେ ଗାଡି ଭିତରେ ଘଟିଲା ଏଭଳି ସାଙ୍ଘାତିକ ଅପରାଧ। ଗଣ ଦୁଷ୍କର୍ମକାରୀ ମାନେ ଯୁବତୀଙ୍କୁ ଦୁଷ୍କର୍ମ କରିବା ସମୟରେ ସେ ଚିତ୍କାର କରିବାରୁ ଭୟରେ ଯୁବକ ମାନେ ଗାଡି ବାହାରକୁ ଯୁବତୀଙ୍କୁ ଠେଲି ଦେଇ ଘଟଣାସ୍ଥଳରୁ ଓମିନି ନେଇ ଫେରାର ହୋଇଗଲେ ୬ ଯୁବକ । ପରେ ଯୁବତୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିବା ପରେ ଯୁବତୀ ଜଣଙ୍କ ନିଜ ଘରକୁ ଯାଇ ସବୁ ଘଟଣା ବୟାନ କରିବା ପରେ ଆଜି ଏ ନେଇ ଥାନାରେ ଅଭିଯୋଗ ହୋଇଛି।

Leave a Reply

Your email address will not be published. Required fields are marked *