ଏକ୍ସପ୍ରେସରୁ ମିଳିଲା ଶବ

ଭୁବନେଶ୍ୱର: ଯୁବକଙ୍କର ସନ୍ଦେହ ଜନକ ମୃତ୍ୟୁ, ମିଳିନି ପରିଚୟ । ପୁରୁଷୋତ୍ତମ ଏକ୍ସପ୍ରେସରୁ ମିଳିଲା ଯୁବକଙ୍କ ମୃତ ଦେହ । ପାସେଞ୍ଜର ବଗିର ଶୌଚାଳୟରୁ ମିଳିଛି ଯୁବକଙ୍କ ମୃତଦେହ । ଭୁବନେଶ୍ଵର ଷ୍ଟେସନରୁ ଶବକୁ ଉଦ୍ଧାର କରିଛି ରେଳବାଇ ପୋଲିସ । ଟ୍ରେନ୍ ସଫା କରିବା ବେଳେ ସଫେଇ କର୍ମଚାରୀ ଶବ ଦେଖି ରେଲବାଇ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ରହିଛି । ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ ହୋଇଛି । ମୃତ ଯୁବକଙ୍କ ପରିଚୟ ମିଳିନଥିବାବେଳେ ମୃତ ଯୁବକଙ୍କର ବୟସ ପାଖାପାଖି ୩୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *