ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷାର ବିତ୍ପାତ । ବାଦଲଫଟା ବର୍ଷା, ଅଚାନକ ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ଆଜି ଉଭୟ ରାଜ୍ୟରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ନିଖୋଜ ଅଛନ୍ତି । ରାଜ୍ୟରେ ସର୍ବାଧିକ ପ୍ରଭାବିତ ଜିଲ୍ଲା ମଧ୍ୟରେ ରହିଛି ରୁଦ୍ରପ୍ରୟାଗ ଓ ଚାମୋଲି । ଏଠାରେ ଅନେକ ଘର ପୋତି ହୋଇ ଯିବା ସହ ଦେୱଲର ମୋପଟା ଅଞ୍ଚଳରେ ଅଚାନକ ବନ୍ୟା ଆସିବା ଦ୍ଵାରା ଜଣଙ୍କ ଘର ଭସାଇ ନେଇଛି । ଏହି ଘଟଣାରେ ୨ ଜଣ ନିଖୋଜ ଥିବା ବେଳେ ଜଣେ ଆହତ ହୋଇଛନ୍ତି । ଆଜି କିଛି ସ୍ଥାନରେ ବାଦଲଫଟା ବର୍ଷା ଯୋଗୁଁ ବିପଜ୍ଜନକ ସ୍ଥିତି ସୃଷ୍ଟି ହୋଇଛି । ରୁଦ୍ରପ୍ରୟାଗ ଜିଲ୍ଲାରେ ୬ ଜଣ ନିଖୋଜ ଅଛନ୍ତି । ଅଳକାନନ୍ଦା ଏବଂ ମନ୍ଦାକିନୀ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଏହାଦ୍ଵାରା ବନ୍ୟା ପରି ସ୍ଥିତି ସୃଷ୍ଟି ହୋଇଛି।
ବାଦଲ ଫଟା ବର୍ଷାରେ ଚାଲିଗଲା ଜୀବନ
