ପୂଜା ମଣ୍ଡପରେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱର ଗଣେଶ ପୂଜା ମଣ୍ଡପ ବୁଲି ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ୱର ସହିଦନଗର ସ୍ଥିତ ଗଣେଶ ପୂଜା ମଣ୍ଡପ ଓ ବଡ଼ଗଡ଼ ସ୍ଥିତ ପୂଜା ମଣ୍ଡପ ବୁଲି ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ରାଜଧାନୀରେ ମହାଆଡ଼ମ୍ବର ସହକାରେ ଗଣେଶ ପୂଜା ଆୟୋଜନ ହୋଇଛି । ଏହି ପୂଜାରେ ଯୁବପିଢି ତଥା ସମାଜରେ ଭକ୍ତି ଓ ଆଧ୍ୟାତ୍ମିକତାର ଯେଉଁ ବାତାବରଣ ଦେଖାଦେଇଛି ତାହା ଉତ୍ସାହଜନକ ବୋଲି ନିଜ ‘X’ ଆକାଉଣ୍ଟରେ ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Leave a Reply

Your email address will not be published. Required fields are marked *