ଭାଙ୍ଗ ନିଶା ନେଇଗଲା ଜୀବନ

ଧରାକୋଟ ଥାନା ଅନ୍ତର୍ଗତ ଢଉଗାଁ ଛକରେ ମର୍ମନ୍ତୁଦ ଦୁର୍ଘଟଣା । ଗୋଟେ ଟ୍ରକ ପ୍ରଥମେ ଜଣେ ବ୍ୟକ୍ତି ଉପରେ ଗାଡି ଚଢାଇ ସେଠାରୁ ୭୦୦ ମିଟର ଗୋଟିଏ ଦୋକାନ, ଜଣେ ବ୍ୟକ୍ତିଙ୍କ ଘର ଓ ଗୋଟିଏ ବାଇକ ଓ ସାଇକେଲ ଉପରେ ଗାଡି ଚଢାଇ ଦେଇଛି । ଘଟଣାସ୍ଥଳରେ ଢ଼ଉଗାଁର ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ଶୌଚ ହେବାପାଇଁ ଯିବା ସମୟରେ ଗାଡି ଚଢାଇ ଦେଇଥିଲା । ଅନ୍ୟପଟେ ଡ୍ରାଇଭର ଗାଡି ଧରି ଫେରାର ହେଉଥିବାବେଳେ ଗାଁ ଲୋକେ ଟ୍ରକ ଡ୍ରାଭରକୁ ଅଟକ ରଖି ପୋଲିସରେ ଜିମା ଦେଇଛନ୍ତି । ଅତ୍ୟଧିକ ଭାଙ୍ଗ ସେବନ ଫଳରେ ଡ୍ରାଇଭର ଜଣକୁ ନିଶା ହୋଇଯିବାରୁ ଏଭଳି ଅଘଟଣ ଘଟିଥିବା ଡ୍ରାଇଭର ଜଣକ ନିଜେ ସ୍ୱୀକାର କରିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *