ଭୁବନେଶ୍ୱର: ନିଜ ଦେହରେ ପେଟ୍ରୋଲ ଢାଳି ଜୀବନ ହାରିଲେ ଆଇନଜୀବୀ । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ପାଣ୍ଡରାରେ ଏହି ଘଟଣା ଘଟିଥିବାର ସୂଚନା ମିଳିଛି | ମୃତକ ହେଲେ ଦୀପକ କୁମାର ସାହୁ । ଏହା ହତ୍ୟା ନା ଜୀବନ ହାରିବା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଖବର ପାଇ ମଞ୍ଚେଶ୍ୱର ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରି ତଦନ୍ତ କରୁଥିବା ଜଣାପଡିଛି । ଗତକାଲି ରାତି ପ୍ରାୟ ୧୦ଟା ସମୟରେ ସ୍ତ୍ରୀ ଖାଇବା କହିବାରୁ ଛାତ ଉପରୁ ଆସି ପରେ ଖାଇବେ ବୋଲି କହିଥିଲେ । ଦୀପକଙ୍କ ଫେରିବାରେ ବିଳମ୍ବ ହେବାରୁ ୪ ମହଲା ଛାତ ଉପରକୁ ଯାଇଥିଲେ। ହେଲେ ସିଡି କବାଟ ବନ୍ଦ ଥିଲା । ପୋଡ଼ା ଗନ୍ଧ ସାଙ୍ଗକୁ ନିଆଁ ଦେଖି ପତ୍ନୀ ପାଟି କରିବାକୁ ପାଖ ପଡ଼ୋଶୀ ଆସି କବଟା ଭାଙ୍ଗିଥିଲେ । ସେତେବେଳକୁ ଦୀପକଙ୍କ ଶରୀର ପୋଡ଼ି ଯାଇଥିଲା । ଦୀପକ ମାନସିକ ରୋଗରେ ଆକ୍ରାନ୍ତ ଥିବା କୁହାଯାଉଛି । ଏଥିପାଇଁ ସେ ଔଷଧ ମଧ୍ୟ୍ୟ ଖାଉଥିଲେ । ହେଲେ ଜୀବନ ହାରିବାର କାରଣ କିଛି ସ୍ପଷ୍ଟ ହୋଇନାହିଁ ।
ଜୀଅନ୍ତା ଜଳିଗଲେ ଆଇନଜୀବୀ
