ବରଗଡ଼: ବରଗଡ଼ ଜିଲ୍ଲା ବିଜେପୁର ଥାନାରେ ଘଟିଛି ଏହି ଘଟଣା । ଆଜି ବିଜେପୁର ଥାନା ଏସ୍ଆଇ ଜଗା ବରିହା ଜଣେ ସ୍କ୍ରାପ୍ ଡିଲରଙ୍କଠାରୁ ୭,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଅଭିଯୁକ୍ତ ଏସ୍ଆଇ ଶ୍ରୀ ବରିହା ସ୍କ୍ରାପ୍ ଡିଲରଙ୍କଠାରୁ ୧୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ । ସେହି ସମୟରେ, ଜଗା ବରିହା ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଧମକ ଦେଇଥିଲେ । ଯେତେବେଳେ ଡିଲର ଜଣକ ୧୦,୦୦୦ ଟଙ୍କା ଲାଞ୍ଚ ଦେବାକୁ ଅକ୍ଷମତା ପ୍ରକାଶ କଲେ, ଶ୍ରୀ ବରିହା ୭,୦୦୦ ଟଙ୍କାକୁ ହ୍ରାସ କରିଥିଲେ। ଯଦି ତାଙ୍କୁ ୭,୦୦୦ ଟଙ୍କା ଲାଞ୍ଚ ନଦିଆଯାଏ ତେବେ ଜଗା ବରିହା ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଧମକ ଦେଇଥିଲେ । ଅନ୍ୟ କୌଣସି ବିକଳ୍ପ ନ ପାଇ, ଅଭିଯୋଗକାରୀ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଘଟଣା ବିଷୟରେ ଜଣାଇ ତାଙ୍କ ସାହାର୍ଯ୍ୟ ଲୋଡ଼ିଥିଲେ । ଏହାପରେ ଭିଜିଲାନ୍ସ ଅଧିକାରୀମାନେ ଆଜି ପୋଲିସ ଏସଆଇ ଜଗା ବରିହାଙ୍କୁ ଅଭିଯୋଗକାରୀଙ୍କଠାରୁ ୭,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଗିରଫ କରିଥିଲେ।
