ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ସାନ୍ତରାପୁର ପଞ୍ଚାୟତର ମେଣ୍ଢାମୁଣ୍ଡି ସାହିରେ ଏଭଳି ଦୁର୍ଦଶା ଦେଖିବାକୁ ମିଳିଛି । ଗାଁକୁ ଭଲ ରାସ୍ତା ନଥିବାରୁ ଚାଲି ଚାଲି ଆମ୍ବୁଲାନ୍ସ ନିକଟକୁ ଗଲେ ଗର୍ଭବତୀ ମହିଳା । ଆଣ୍ଠୁଏ ଆଣ୍ଠୁଏ ପାଣି ଭିତରେ ପଶି ବହୁ କଷ୍ଟରେ ସମ୍ପର୍କୀୟମାନେ ମହିଳାଙ୍କୁ ଧରି ନାଳ ପାର୍ ହୋଇ ଆମ୍ବୁଲାନ୍ସ ପାଖରେ ପହଞ୍ଚିଛନ୍ତି । ସୂଚନା ମିଳିଛି, ଜନାର୍ଦ୍ଦନ ମୁଣ୍ଡାଙ୍କ ପତ୍ନୀ ସାନ୍ତି ମୁଣ୍ଡାଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା । ହେଲେ ଗାଁକୁ ଭଲ ରାସ୍ତା ନଥିବାରୁ ଗାଁ ମୁଣ୍ଡରେ ଆମ୍ବୁଲାନ୍ସ ଅଟକି ରହିଲା । ଶେଷରେ ଜନାର୍ଦ୍ଦନ ନିଜ ପତ୍ନୀକୁ ଧରି ଚାଲି ଚାଲି ଆମ୍ବୁଲାନ୍ସ ନିକଟରେ ପହଁଚିଥିଲେ ଓ ସେଠାରୁ କେନ୍ଦୁଝର ମେଡିକାଲ ଯାଇଥିଲେ । ରାସ୍ତା ନଥିବାରୁ ଗାଁକୁ ପହଁଚି ପାରୁନି ଜରୁରୀକାଳିନ ସେବା । ଫଳରେ ଗୃହବନ୍ଦୀ ଭାବେ ଜୀବନ କାଟୁଛନ୍ତି ମେଣ୍ଢାମୁଣ୍ଡି ସାହି ଲୋକେ ।
ରାସ୍ତା ପାଇଁ ଦୁର୍ଦଶା ଭୋଗିଲେ ଗର୍ଭବତୀ ମହିଳା
