ବିହାରରେ ଭୋଟ ଚୋରି ହେବାକୁ ଦେବୁନାହିଁ’- ଭୋଟର ଅଧିକାରୀ ଯାତ୍ରୀରୁ ରାହୁଲ କହିଛନ୍ତି,” ଏସଆଇଆର ‘ଭୋଟ ଚୋରି’ ପାଇଁ ଷଡଯନ୍ତ୍ର ଏବଂ ନିର୍ବାଚନ କମିଶନ ଭାଜପା ସପକ୍ଷରେ କାମ କରୁଛନ୍ତି । ଇସି ଓ ବିଜେପି ମଧ୍ୟରେ ପାର୍ଟନରସିପ ରହିଛି । ଏସଆଇଆର ଭୋଟ ଚୋରିର ସଂସ୍ଥାଗତ ପ୍ରୟାସ । ଆମେ ବିହାରରେ ଭୋଟ ଚୋରି ହେବାକୁ ଦେବୁନାହିଁ ।”
ଭୋଟର ଅଧିକାରୀ ଯାତ୍ରୀରୁ ରାହୁଲ ଆହୁରି କହିଛନ୍ତି,” ଗତ ଦୁଇଟି ଯାତ୍ରାରୁ ଦୁଇଠି କୌତୁହଳପୂର୍ଣ୍ଣ କଥା ସାମ୍ନାକୁ ଆସିଛି । ପିଲାମାନେ ଆସୁଛନ୍ତି। ଏହା ଏକ ବହୁତ ଅଜବ ଘଟଣା । ସେମାନେ ମୋ ପାଖକୁ ଆସୁଛନ୍ତି । ସେମାନେ କହୁଛନ୍ତି ‘ଭୋଟ୍ ଚୋର ଗାଦି ଛାଡ’। ଏମାନେ ବୟସ୍କ ନୁହଁନ୍ତି । ସେମାନେ ଛୋଟ । ଏବେ, ଛଅ ବର୍ଷର ଛୋଟ ପିଲା ଜାଣିପାରିଛନ୍ତି । କେବଳ ଗୋଟିଏ ନୁହେଁ, ହଜାର ହଜାର । ଏବେ, ନିର୍ବାଚନ କମିଶନ ଏହି ପିଲାମାନଙ୍କ ସହିତ କଥା ହେବା ଉଚିତ୍ । ସେମାନେ ଜାଣିପାରିବେ… ବିହାରର ପିଲାମାନେ ରାଜନୈତିକ ଭାବରେ ସକ୍ରିୟ ହୋଇଗଲେଣି ।”