କ୍ରିକେଟରୁ ଅବସର ନେଲେ ଚେତେଶ୍ୱର ପୂଜାରା

ସୋସିଆଲ ମିଡିଆରେ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରା ତାଙ୍କ ଅବସର ବିଷୟରେ ସୂଚନା ଦେଇଛନ୍ତି । ଭାରତୀୟ କ୍ରିକେଟରୁ ଅବସର ନେଲେ ଚେତେଶ୍ୱର ପୂଜାରା । ଭାରତୀୟ ଟେଷ୍ଟ କ୍ରିକେଟର ନମ୍ବର ୩ ବ୍ୟାଟର ଚେତେଶ୍ୱର ପୂଜାରା ନିଜ ଅବସର ଘୋଷଣା କରିଛନ୍ତି । ୩୭ ବର୍ଷୀୟ ଡାହାଣହାତୀ ବ୍ୟାଟର ଚେତେଶ୍ୱର ପୂଜାରା ୨୦୧୦ରେ, ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ସେ ୧୦୩ ଟି ଟେଷ୍ଟ ଓ ୫ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ଟେଷ୍ଟ ମ୍ୟାଚରେ ୭୧୯୫ ରନ୍ କରିଛନ୍ତି । ଏଥିରେ ୧୯ଟି ଶତକ ଓ ୩୫ଟି ଅର୍ଦ୍ଧଶତକ ରହିଛି । ଅନ୍ୟପଟେ ସୋସିଆଲ ମିଡିଆ ’X’ର କ୍ୟାପସନରେ ସେ ଲେଖିଛନ୍ତି, ଭାରତୀୟ ଜର୍ସି ପିନ୍ଧି, ଜାତୀୟ ସଙ୍ଗୀତ ଗାଇ ଏବଂ ପଡ଼ିଆରେ ପାଦ ଦେବା ସମୟରେ ପ୍ରତ୍ୟେକ ଥର ମୋର ସର୍ବୋତ୍ତମ ଦେବାକୁ ଚେଷ୍ଟା କରିଛି । ସେ ଅନୁଭୂତିକୁ ଶବ୍ଦରେ ବର୍ଣ୍ଣନା କରିହେବ ନାହିଁ । ଅତ୍ୟନ୍ତ କୃତଜ୍ଞତାର ସହ ଭାରତୀୟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି ବୋଲି କହିଛନ୍ତି ଚେତେଶ୍ୱର ପୂଜାରା ।

Leave a Reply

Your email address will not be published. Required fields are marked *